Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଦୀର୍ଘ ସାତ ବର୍ଷ ପରେ ସହୃଦୟ ପାନ ଦୋକାନୀଙ୍କ ସହାୟତାରେ ମାଆଙ୍କ ପାଖକୁ ଫେରିଲା ପୁଅ, ପଢ଼ନ୍ତୁ ପୂରା କାହାଣୀ

1/11/2019 at 9:37 PM

ସିଲିଗୁଡି୧/୧୧: ୨୦୧୨ ମସିହାରେ ହଜିଯାଇଥିବା ପୁଅ ଦୀର୍ଘସାତ ବର୍ଷ ପରେ ବିଧବା ମାଆଙ୍କ ପାଖକୁ ଫେରି ଆସିଛି। ୭ ବର୍ଷଧରି ଯେଉଁ ମାଆଙ୍କ ଆଖି ପୁଅକୁ ଖୋଜୁଥିଲା ଆଜି ସେହି ପୁଅକୁ ପାଖରେ ପାଇବା ପରେ ମାଆ​‌ ମନରେ ଖୁସି ଭରି ଯାଇଛି। ବହୁ କଠିନ ପରିସ୍ଥିତି ଅତିକ୍ରମ କରି ପୁଅ ମାଆଙ୍କ ପାଖରେ ପହଞ୍ଚିଛି। ନକ୍ସଲବାଡିର ଦକ୍ଷିଣ ରଥ୍‌ଖୋଲା ଅଞ୍ଚଳରେ ମାଆ ଓ ପୁଅଙ୍କ ଅପୂର୍ବ ମିଳିନର ଦୃଶ୍ୟ ଦେଖିବାକୁ ମିଳିଛି।

ମାଆଙ୍କ ପାଖକୁ ଫେରି ଆସିଥିବା ପୁଅ ପ୍ରହ୍ଳାଦ ମଣ୍ଡଳ ସାତ ବର୍ଷ ବହୁତ କଷ୍ଟରେ ବିତାଇଥିବା କଥା ଲୁହ ଛଳ ଛଳ ଆଖି​‌ରେ ନିଜ ମାଆଙ୍କୁ କହିଛନ୍ତି। ପ୍ରହ୍ଳାଦ ନିଜ ଭଉଣୀ ଓ ଭିଣୋଇଙ୍କ ସହ ମାଟିଗାଡ଼ା ଯାଇଥିଲେ। ସେଠାରେ ଦେଢ଼ ମାସ ରହିବା ପରେ ଜଣେ ନେପାଳି ଯୁବକଙ୍କ ସହ ପ୍ରହ୍ଲାଦ ଗୁଆହାଟି ଚାଲି ଯାଇଥିଲେ। ପୁଣି ଅନ୍ୟ ଜଣେ ବ୍ୟକ୍ତି ତାଙ୍କ ପଞ୍ଜାବ ନେଇ ଯାଇଥିଲେ।

ଶେଷରେ ଦିଲ୍ଲୀର ଗୁଡଗାଁଓ୍ବରେ ତିନି ଲକ୍ଷ ଟଙ୍କାରେ ତାଙ୍କୁ ବିକ୍ରି କରି ଦିଆଯାଇଥିଲା। ସେଠାରେ ତାଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଥିଲା। ପ୍ରତିଦିନ ତାଙ୍କୁ ମାରପିଟ୍ କରାଯାଉଥିଲା। ଏମିତି ପ୍ରତିଦିନ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିଲା। ସେ ରହୁଥିବା ସ୍ଥାନରେ ଗୋଟିଏ ପାନ ଦୋକାନ ତାଙ୍କୁ ସାହାଯ୍ୟ କରିଥିଲେ। ଦୋକାନୀ ତାଙ୍କ ଘର ଠିକଣା ପଚାରି  ବୁଝିଥିଲେ। ଏହା ସୁଯୋଗ ଦେଖି ତାଙ୍କ  ଘରେ ପ୍ରହ୍ଳାଦଙ୍କୁ ଛାଡ଼ି ଦେଇ ଯାଇଥିଲେ।

   Related Posts