ମହାରାଷ୍ଟ୍ରରେ କରୋନା ବେକାବୁ: ଠାଣେରେ ଲକ୍‌ଡାଉନ୍‌ ଘୋଷିତ,ଏହି ଜିଲ୍ଲାରେ ଲାଗିଲା କର୍ଫ୍ୟୁ

Published By : Prameya-News7 Bureau | March 09, 2021 IST

ମୁମ୍ବାଇ ୦୯।୦୩: ମହାରାଷ୍ଟ୍ରରେ ଲଗାତାର ବଢୁଥିବା କରୋନାର ନୂତନ କେସ୍ ସରକାରଙ୍କ ଚିନ୍ତାକୁ ବଢାଇ ଦେଇଛି। କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ଧବ ସରକାରଙ୍କୁ ଅନେକ ଜାଗାରେ ଲକ୍‌ଡାଉନ୍‌ ଲାଗୁ କରିବାକୁ କଠୋର ନିଷ୍ପତ୍ତି ନେବାକୁ ପଡିଥିଲା। ଏହି କ୍ରମରେ ମଙ୍ଗଳବାର ଠାଣେରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଜଲଗାଓଁ ଜିଲ୍ଲାରେ ୩ ଦିନ ଜନତା କର୍ଫ୍ୟୁ ଲଗା ଯାଇଛି। ଏହା ବ୍ୟତୀତ ନାସିକରେ ରାତ୍ରକାଳୀନ କର୍ଫ୍ୟୁ ଘୋଷଣା ହୋଇଛି।

ଜଲଗାଓଁରେ ମାର୍ଚ୍ଚ ୧୨ରୁ ୧୪ ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ଲାଗୁ କରାଯାଇଛି। ଏହି ସମୟରେ ଜରୁରୀକାଳୀନ ସେବାକୁ ଛାଡି ବାକି ସବୁ କିଛି ବନ୍ଦ ରହିବ। ଏ ସଂପର୍କରେ  ଜିଲ୍ଲା ପ୍ରଶାସନ  ଆଦେଶ ଜାରି କରିଛନ୍ତି। ଏହା ପୂର୍ବରୁ ମଙ୍ଗଳବାର ଠାଣେ ପ୍ରଶାସନ  ଜିଲ୍ଲାର ୧୧ ହଟ୍‌ସ୍ପଟ୍‌ ଅଞ୍ଚଳରେ ମାର୍ଚ୍ଚ ୧୩ରୁ ୩୧ ପର୍ଯ୍ୟନ୍ତ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି।

ଏହା ବ୍ୟତୀତ ମହାରାଷ୍ଟ୍ରର ନାସିକରେ ମଙ୍ଗଳବାର କର୍ଫ୍ୟୁ ଘୋଷଣା କରାଯାଇଛି। ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ବଳବତ୍ତର ରହିବ।  ପ୍ରଶାସନ ପକ୍ଷରୁ ଯେ ପର୍ଯ୍ୟନ୍ତ କୌଣସି ନୂତନ ଆଦେଶ ଜାରି ହୋଇ ନାହିଁ ସେ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ। ଏଥିସହ ନାସିକ, ନନ୍ଦଗାଓଁ, ମାଲେଗାଓଁ ଓ ନିକାଡରେ ସମସ୍ତ ସ୍କୁଲକୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.