ଓଠ ସର୍ଜରୀ କରାଇ, ଅଧିକ ସୁନ୍ଦରୀ ହେଲେ ଏହି ଅଭିନେତ୍ରୀ, ଅନେକ ବର୍ଷ ପରେ ଦେଖା ଦେଲେ ସ୍ୱାମୀଙ୍କ ସହ
10/01/2019 at 3:39 PM

ମୁମ୍ବାଇ୧୦|୧: ବଲିଉଡରେ ସର୍ଜରୀ କରିବା ଏକ ସାଧାରଣ କଥା। ଆଜିକାଲି ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନେ ଅଧିକ ସୁନ୍ଦର ଦେଖାଯିବା ପାଇଁ ବିଭିନ୍ନ ପ୍ରକାର ସର୍ଜରୀ କରାଉଛନ୍ତି। ଅଧିକାଂଶ ଅଭିନେତ୍ରୀ ସର୍ଜରୀ କରାଇବା ଲିଷ୍ଟରେ ସାମିଲ ଅଛନ୍ତି। ପ୍ରିଯଙ୍କା ଚୋପଡାଠୁ ଆରମ୍ଭ କରି ଦିପୀକା ପାଦୁକୋନ ଯାଏଁ ସବୁ ସର୍ଜରୀ କରାଇଛନ୍ତି। ଶ୍ରୀ ଦେବୀଙ୍କ ୨ ଝିଅ ମଧ୍ୟ ଏବେ କିଛି ଦିନ ହବ ସର୍ଜରୀ କରାଇଛନ୍ତି। ସୁପରହିଟ ଆଇସା ଟାକିୟାଙ୍କୁ କିଏ ବା ନ ଜାଣେ। ଗୋଟେ ସମୟରେ ଆଇସା ସମସ୍ତଙ୍କ ଦିଲରେ ରାଜ କରୁଥିଲେ। ତେବେ ଆଇସା ଟାକିୟା ମଧ୍ୟ ସର୍ଜରୀ କରାଇବା ଲିଷ୍ଟରୁ ବାଦ ପଡିନାହାନ୍ତି।

୩୨ ବର୍ଷର ଆଇସା ନିଜ ଅଭିନୟ ଓ ସୁନ୍ଦରତାରୁ ଖୁବ ଚର୍ଚ୍ଚାରେ ଥିଲେ। “ଟାରଜନ ଦ ୱନଡର କାର”ରୁ ଆଇସା ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ଅଭିନୟ ପାଇଁ ବେଷ୍ଟ ଡେବ୍ୟୁ ଆୱାର୍ଡ ମଧ୍ୟ ପାଇଥିଲେ। ଆଇଫା ଆୱାର୍ଡରେ ମଧ୍ୟ ତାଙ୍କ ନାଁ ସାମିଲ ହୋଇଥିଲା। ଦିଲ ମାଂଗେ ମୋର, ସୋଚା ନା ଥା, ଶାଦି ନଂବର ୱାନ, ହୋମ ଡେଲିଭରି, ଶାଦି ସେ ପହଲେ, ୟହ ହୋତା ତୋ କ୍ୟା ହୋତା, ଡୋର, ସଲାମେ ଇସ୍କ, କ୍ୟା ଲଭ ଷ୍ଟୋରି ହେ, ନୋ ସ୍ମୋକିଂଗ, ସଂଡେ, ଦେ ତାଲି, ୱାଣ୍ଟେଡ, ପାଠଶାଲା ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

ଆଇସା ତାଙ୍କ ଚଳଚ୍ଚିତ୍ର ସହ ସର୍ଜରୀ ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରୁହନ୍ତି। ସେ ତାଙ୍କ ଜ’ ଲାଇନ, ଆଇବ୍ରୋ, ଫୋରହେଡ ଏବଂ ଓଠର ସର୍ଜରୀ କରାଇଛନ୍ତି। ସର୍ଜରୀ ପରେ ଆଇସାଙ୍କ ଚେହେରାର ପରିବର୍ତ୍ତନ ଯୋଗୁଁ ସେ ଆଗଠୁ ଅଧିକ ସୁନ୍ଦର ହୋଇଯାଇଥିଲେ। ସୋସିଆଲ ମିଡିଆରେ ତାଙ୍କ ସର୍ଜରୀ ପାଇଁ ବହୁତ ଟ୍ରୋଲ କରାଯାଇଥିଲା।

ଆଇସା ଟାକିୟା ତାଙ୍କ ସ୍ୱାମି ଫରହାନ ଆଜମିଙ୍କ ସହ ବହୁତ କମ ଦେଖିବାକୁ ମିଳନ୍ତି। ଉଭୟଙ୍କ ଯୋଡି ସୁନ୍ଦର ବୋଲି କୁହାଯାଏ। ସୁଚନାଯୋଗ୍ୟ ଯେ ତାଙ୍କ ଶାଶୁଘର ଲୋକ ରାଜନୀତି ସହ ଜଡିତ । ଆଇସାଙ୍କ ଶଶୁର ଅବୁ ଆଜମି ସମାଜବାଦୀ ପାର୍ଟିର ବରିଷ୍ଠ ନେତା। ଗତ କାଲି ସେ ତାଙ୍କ ସ୍ୱାମିଙ୍କ ସହ ଗୋଟେ ଫଂକ୍ସନରେ ପହଞ୍ଚିଥିଲେ। ଉଭୟଙ୍କୁ ଏକା ସହ ଦେଖି ଦର୍ଶକ ବେଶ ଖୁସି ହୋଇଥିଲେ। କାରଣ ଆଜି ମଧ୍ୟ ତାଙ୍କୁ ଦର୍ଶକ ମାନେ ଦେଖିବାକୁ ଭଲ ପାଆନ୍ତି।
Related Posts
‘ମୋଷ୍ଟ ପପୁଲାର ଷ୍ଟାର ଇଣ୍ଡିଆ ଲଭ୍ସ’ ତାଲିକାରେ ପୁଣି ଶୀର୍ଷରେ ଦୀପିକା
22 January 2021