ପାଇପ୍ ଲାଇନ କାମକୁ ନେଇ ସଂଘବଦ୍ଧ ଆକ୍ରମଣ, ଅଭିଯୋଗ ପରେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ

Published By : Prameya-News7 Bureau | June 06, 2021 IST

ଭଦ୍ରକ, ୦୬/୦୬: ଘର ସମ୍ମୁଖରେ ଥିବା ଜାଗାକୁ ନେଇ ପୂର୍ବରୁ ବିବାଦ ଥିଲା । ମାନ୍ୟବର କୋର୍ଟଙ୍କ ଦ୍ୱାରସ୍ଥ ପରେ ବିବାଦୀୟ ସ୍ଥାନରେ ସ୍ଥିତାବସ୍ଥା ଜାରି ନେଇ ନିର୍ଦ୍ଦେଶ ମଧ୍ୟ ମିଳିଥିବା ସତ୍ତ୍ୱେ ପାଇପ ଲାଇନ କାର୍ଯ୍ୟକୁ ବିରୋଧ କରିବାରୁ ସଙ୍ଗବଦ୍ଧ ଆକ୍ରମଣ ଅଭିଯୋଗ ହୋଇଛି । ପୋଲିସ ଏନେଇ ୧୦ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରୁନଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅଧିନସ୍ଥ ନାଙ୍ଗମହଲା ଗ୍ରାମରେ ଜାଗାବାଡି ବିବାଦ ଲାଗିରହିଥିଲା । ଜମିଲା ଖାତୁନଙ୍କ ପରିବାର ତରଫରୁ ମାନ୍ୟବର କୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ଷ୍ଟେ ଅର୍ଡର ମିଳିଥିବା କହିଛନ୍ତି । ତେବେ ସେହି ବିବାଦୀୟ ସ୍ଥାନରେ ପାଇପ ଲାଇନ ପାଇଁ ଖୋଳା ଯାଉଥିବା ବେଳେ ଜମିଲାଙ୍କ ପରିବାର ବିରୋଧ କରିଥିଲେ । ପରେ ଘଟଣା କୁ ନେଇ ସ୍ଥାନୀୟ କେତେକ ଯୁବକ ଡ୍ରିଲ ମେସିନରେ ଆକ୍ରମଣ କରିଥିଲେ ।

ସଙ୍ଗବଦ୍ଧ ଆକ୍ରମଣ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ଏନେଇ  ଜମିଲା ପୁରୁଣାବଜାର ଥାନାରେ ଲିଖିତ ଏତଲା ଦେଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ କରିଛନ୍ତି । ଏ ନେଇ ଉପରିସ୍ଥ ଅଧିକାରୀଙ୍କ ସହ ଭଦ୍ରକ ଏସପିଙ୍କୁ ମଧ୍ୟ ଭେଟି ନ୍ୟାୟ ମାଗିଛନ୍ତି ଜମିଲା । ତେବେ ଘଟଣା ନେଇ ଅପରପକ୍ଷ ଓ ପୋଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.