Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

କିମ୍ ଜୋଙ୍ଗ ସାର୍ବଜନିକ ହେବା ପରେ ଦକ୍ଷିଣ କୋରିଆ ସୀମା ଅଶାନ୍ତ, ଭୀଷଣ ଗୁଳିଗୋଳା ମାଡ କରୁଛନ୍ତି ଉତ୍ତରକୋରିଆ ସେନା

3/05/2020 at 12:55 PM

ସିଓଲ: ଦୀର୍ଘ ୨୦ ଦିନ ପରେ ଶନିବାର ନିଜକୁ ସାର୍ବଜନିକ କରିଛନ୍ତି ଉତ୍ତରକୋରିଆ ଏକଛତ୍ରବାଦୀ କିମ୍‌ ଜୋଙ୍ଗ ଉନ୍‌। ତେବେ କିମ୍ ଜୋଙ୍ଗ ସାର୍ବଜନିକ ହେବା ପରେ ଦକ୍ଷିଣ କୋରିଆ ସୀମାରେ ଉତ୍ତେଜନା ପ୍ରକାଶ ପାଇଛି। ଅତି ଉତ୍ସାହିତ ହୋଇ ଉତ୍ତରକୋରିଆ ସେନା ଦକ୍ଷିଣ କୋରିଆ ଉପରକୁ ଗୁଳି ଓ ଗୋଳା ମାଡ କରୁଛନ୍ତି। ଦକ୍ଷିଣ କୋରିଆ ଜଏଣ୍ଟ ଚିଫ୍ ଅଫ ଷ୍ଟାଫ ରବିବାର ଏହି ସୂଚନା ଦେଇଛନ୍ତି।

ତେବେ ଉତ୍ତରକୋରିଆ ଚଳାଇଥିବା ଗୁଳିଗୋଳା ମାଡରେ କେହି ସୈନ୍ୟ କର୍ମୀ ହତାହତ ହୋଇଥିବାର ସୂଚନା ନାହିଁ। ହେଲେ ଜବାବରେ ଦକ୍ଷିଣ କୋରିଆ ସେନା ୨ ରାଉଣ୍ଡ ଫାୟେରିଂ କରିଥିବା ସେନାମୁଖ୍ୟ କହିଛନ୍ତି। ଉତ୍ତରକୋରିଆ ସୁପ୍ରିମୋ ଶନିବାର ନିଜକୁ ସାର୍ବଜନିକ କରିଥିଲେ। ଘଟଣାର ଦିନକ ପରେ ଏପରି ଉତ୍ତେଜନା ପ୍ରକାଶ ପାଇଥିବା ଦକ୍ଷିଣ କୋରିଆ ସେନାମୁଖ୍ୟ ସୂଚନା ଦେଇଛନ୍ତି।

କୋରିଆ ସେଣ୍ଟ୍ରାଲ ନ୍ୟୁଜ୍ ଏଜେନ୍ସୀ (କେସିଏନଏ) ଶନିବାର ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନ୍‌ ଏକ ସାର କାରଖାନାର ରିବନ କାଟି ଉଦଘାଟନ କରୁଥିବାର ଦୃଶ୍ୟ ପ୍ରଶାରଣ କରିଥିଲା। କାର୍ଯ୍ୟକ୍ରମରେ କିମ୍‌ ଜୋଙ୍ଗଙ୍କ ସହ ତାଙ୍କ ଭଉଣୀ କିମ୍ ୟୋ ଜୋଙ୍ଗ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଦେଖାଯାଇଥିଲେ। ୧୧ ଏପ୍ରିଲ ପରେ ପ୍ରଥମ ଥର କିମ ଜୋଙ୍ଗ ନିଜକୁ ସାର୍ବଜନିକ କରିଛନ୍ତି। ତେବେ ବିଶ୍ୱର ବିଭିନ୍ନ ଗଣମାଧ୍ୟମରେ ସେ ଗୁରୁତର ଅସୁସ୍ଥ ଥିବା ଅଥବା ତାଙ୍କର ମୃତ୍ୟୁ ହୋଇଥିବା ନେଇ ନାନା ଆକଳନ କରାଯାଉଥିଲା। ତେବେ ଦକ୍ଷିଣ କୋରିଆ ଗଣମାଧ୍ୟମ ଏଭଳି କିଛି ଖବରକୁ ପ୍ରଥମରୁ ଅସ୍ୱୀକାର କରିଆସୁଥିଲା।

   Related Posts