ରାଜଧାନୀରେ ପୁଣି ଚାଞ୍ଚଲ୍ୟ : ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଶବକୁ କାଟି ଖଣ୍ଡ ଖଣ୍ଡକରି ନାଳରେ ଫିଙ୍ଗିଦେଲା ସ୍ବାମୀ…

Published By : Prameya-News7 Bureau | September 24, 2019 IST

ନୂଆଦିଲ୍ଲୀ୨୪|୯: ପଡୋଶୀ ଯୁବକଙ୍କ ସହ ପତ୍ନୀଙ୍କର ଅବୈଧ ସଂପର୍କ ଥିବା ସନ୍ଦେହରେ ତାଙ୍କ ତଣ୍ଟିଚିପି ସ୍ବାମୀ ହତ୍ୟା କରିଛି। ସ୍ତ୍ରୀଙ୍କୁ ହତ୍ୟା କରିବାର ସାତ ଦିନ ପରେ ହତ୍ୟାକାଣ୍ଡର ଗୁମର ଫିଟିଛି। ସ୍ତ୍ରୀର ଶବକୁ ଠିକଣା ଜାଗାରେ ପହଞ୍ଚାଇବା ଲାଗି ଅଭିଯୁକ୍ତ ସ୍ବାମୀ ଚେଷ୍ଟା ଜାରି ରଖିଥିଲା। ଶେଷରେ ସ୍ତ୍ରୀର ଶବକୁ ଅଭିଯୁକ୍ତ ସ୍ବାମୀ କାଟି ଖଣ୍ଡଖଣ୍ଡ କରି ନାଳରେ ଫିଙ୍ଗି ଦେଇଥିଲା।

 ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଶବ କିପରି ଗାୟବ କରାଯିବ ଏନେଇ ଅଭିଯୁକ୍ତ ହାର୍ଡଓ୍ବେୟାର ଇଞ୍ଜିନିର ସ୍ବାମୀ ଟିଭିରେ କ୍ରାଇମ ସୋ ଦେଖିଥିଲା। ଏ ସଂପର୍କରେ ଅଧିକ ଜାଣିବା ଲାଗି ଗୁଗଲ ସର୍ଚ୍ଚ ମଧ୍ୟ ସେ କରୁଥିଲା। ଦିଲ୍ଲୀର ପ୍ରେମନଗର ଅଞ୍ଚଳରେ ଏହିଭଳି ଘଟଣା ଘଟିଛି।

ପରିତ୍ୟକ୍ତ ସ୍ଥାନରୁ ପୋଲିସ ମୃତ ଦେହ ଉଦ୍ଧାର କରିଥିଲା। ଅଭିଯୁକ୍ତ ସ୍ବାମୀ ଅତି ନୃଂଶସ ଭାବେ ନିଜ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ କାଟି ୬ ଖଣ୍ଡ କରି ଦେଇଥିଲା। ସ୍ତ୍ରୀର ମୃତ ଶରୀର ମୁଣ୍ଡ ଅଂଶକୁ ସେପ୍ଟି ଟ୍ୟାଙ୍କରେ ଓ ଅନ୍ୟ ଭାଗକୁ ନାଳରେ ଅଭିଯୁକ୍ତ ସ୍ବାମୀ ଫିଙ୍ଗି ଦେଇଥିଲା। ପୋଲିସର ଅନୁସନ୍ଧାନକାରୀ ଆଖି ସିଧା ମୃତ ପତ୍ନୀଙ୍କ ସ୍ବାମୀ ଉପରେ ପଡିଥିଲା। ଘଟଣାର ଖୋଳ ତାଡ଼ ପରେ ଅଭିଯୁକ୍ତ ସ୍ବାମୀକୁ ପୋଲିସ ଗିରଫ କରିଥିଲା।

ସୂଚନାଯୋଗ୍ୟ ଯେ, ସ୍ତ୍ରୀ ସୀମାଙ୍କ ଚରିତ୍ର ଉପରେ ଅଭିଯୁକ୍ତ ସ୍ବାମୀ ଅଶୁ ସନ୍ଦେହ କରୁଥିଲା। ପଡ଼ୋଶୀ ଯୁବକଙ୍କ ସହ ତାଙ୍କ ସ୍ତ୍ରୀର ଅବୈଧ ସଂପର୍କ ଥିବା ନେଇ ଅଭିଯୁକ୍ତ  ସ୍ବାମୀ କହିଛି। ଆଶୁ ଘରେ ନଥିବା ଅବସ୍ଥାରେ ପଡୋଶୀ ଯୁବକଙ୍କ ସହ ତାଙ୍କ ପତ୍ନୀ ଅବୈଧ ସଂପର୍କ ରଖନ୍ତି ବୋଲି ଅଭିଯୁକ୍ତ ଆଶୁ କହିଛି। ଏହି କଥାକୁ ନେଇ ସ୍ବାମୀ ଓ ସ୍ତ୍ରୀ ଉଭୟଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡ଼ା ହେବା କଥା ମଧ୍ୟ ଅଭିଯୁକ୍ତ ସ୍ବାମୀ ପୋଲିସ ସାମ୍ନାରେ ସ୍ବୀକାର କରିଛି। ପଡ଼ୋଶୀ ଯୁବକଙ୍କ ସହ ତାଙ୍କ ସ୍ତ୍ରୀଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ସ୍ବାମୀ ରାଗି ଯାଇଥିଲା।

ଏହାପରେ ସ୍ତ୍ରୀଙ୍କୁ ହତ୍ୟା କରିବା ଲାଗି ଅଭିଯୁକ୍ତ ସ୍ବାମୀ ଷଡ଼ଯନ୍ତ୍ର ରଚିଥିଲା। ସ୍ତ୍ରୀ ରାତିରେ ଶୋଇଥିବା ଅବସ୍ଥାରେ ତାଙ୍କ ତଣ୍ଟିଚିପି ସ୍ବାମୀ ହତ୍ୟା କରିଥିଲା। ଏକ ସପ୍ତାହ ପୂର୍ବରୁ ତାଙ୍କ ସ୍ତ୍ରୀଙ୍କୁ ସେ ହତ୍ୟା କରିଥିଲା । ଏହାପରେ ସ୍ତ୍ରୀର ମୃତ ଶରୀରକୁ କାଟି ଖଣ୍ଡ ଖଣ୍ଡ କରି ସେପ୍ଟି ଟ୍ୟାଙ୍କ ଓ ନାଳରେ ସେ ଫିଙ୍ଗି ଦେଇଥିଲା। ଶେଷରେ ପୋଲିସ ସାମ୍ନାରେ ଅଭିଯୁକ୍ତ ସ୍ବାମୀ କହିଛି ଯେ, ତାଙ୍କ ସ୍ତ୍ରୀଙ୍କୁ ସେ ବହୁତ ଭଲ ପାଉଥିଲେ। ତାଙ୍କର ଏଭଳି କାର୍ଯ୍ୟକଳାପ ଲାଗି ତାଙ୍କୁ ସେ ହତ୍ୟା କରିଛି।

ପୋଲିସର ସୂଚନା ମୁତାବକ, ରାତି ୨.୩୦ ମିନିଟରେ ଅଭିଯୁକ୍ତ ତାଙ୍କ ଭାଇ ଶବ ନେଉଥିବା ଦୃଶ୍ୟର ସିସିଟିଭି ଫୁଟେଜ ମିଳିଛି। ଅଭିଯୁକ୍ତର ଭାଇ ଏବେ ଫେରାର ଅଛି। ତାଙ୍କ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.