Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ପ୍ରଥମେ କାଶ୍ମୀର ଏବେ ନାଗରିକତା ବିଧେୟକକୁ ବିରୋଧ କରୁଛି ପାକ୍, ଜାଣନ୍ତୁ କ’ଣ ଟ୍ୱିଟ୍ କରିଛନ୍ତି ଇମ୍ରାନ

10/12/2019 at 4:57 PM

ଇସ୍ଲାବାଦ : ଏପର୍ଯ୍ୟନ୍ତ ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାରକୁ ବିରୋଧ କରୁଥିବା ପାକିସ୍ତାନ ଏବେ ଭାରତର ନାଗରିକତା ସଂଶୋଧନ ବିଧେୟକକୁ ବିରୋଧ କରିଛି। ଏହି ବିଧେୟକ ଭାରତ ଓ ପାକ୍ ଦ୍ୱିପାକ୍ଷିକ  ବୁଝାମଣାର ସମ୍ପୂର୍ଣ୍ଣ ଉଲ୍ଲଂଘନ ବୋଲି ପାକିସ୍ତାନ କହିଛି। ଏହି ବିଧେୟକ ଯୋଗୁ ଭାରତରେ ସଂଖ୍ୟାଲଘୁ ଓ ସେମାନଙ୍କ ସୁରକ୍ଷା ଲାଗି ଚିନ୍ତାବ୍ୟକ୍ତ ମଧ୍ୟ କରିଛି।  

ଏ ନେଇ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ଏକ ମ୍ୟାସେଜ୍ ପୋଷ୍ଟ କରିଥିବା ବେଳେ ଏଥିରେ ସେ କେନ୍ଦ୍ରର ମୋଦି ସରକାର ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ( ଆରଏସଏସ୍‌)କୁ ଆକ୍ଷେପ କରିଛନ୍ତି। ଭାରତର ଏଭଳି ନୀତି ସୁଧାର ଉଭୟ ଦେଶଙ୍କ ମଧ୍ୟରେ ଅତୀତରେ ହୋଇଥିବା ବୁଝାମଣାର ବିରୋଧୀ ବୋଲି ଉଲ୍ଲେଖ କରିଛନ୍ତି। ଭାରତ ଲୋକସଭାରେ ଗୃହୀତ ହୋଇଥିବା ନାଗରିକତା ସଂଶୋଧନ ବିଧେୟକକୁ ମୁଁ ବିରୋଧ କରୁଛି ବୋଲି ଉଲ୍ଲେଖ କରିଛନ୍ତି ଇମ୍ରାନ। ଏହାକୁ ସେ ଆରଏସଏସ୍ ର ହିନ୍ଦୁ ରାଷ୍ଟ୍ରଏଜେଣ୍ଡା ବୋଲି ଉଲ୍ଲେଖ କରିଥିବା ବେଳେ ମୋଦି ସରକାର ଏଜେଣ୍ଡାକୁ ଏବେ କାର୍ଯ୍ୟକାରୀ କରୁଥିବା ଅଭିଯୋଗ କରିଛନ୍ତି।

ତେବେ କେବଳ ଇମ୍ରାନ ନୁହଁନ୍ତି ପାକିସ୍ତାନ ବିଦେଶ ମନ୍ତ୍ରାଳୟ ମଧ୍ୟ ବିଧେୟକକୁ ବିରୋଧ କରିଛି। ଏହି ସଂଶୋଧିତ ବିଧେୟକରେ ପାକିସ୍ତାନ ଓ ଅନ୍ୟ ୨ ଦକ୍ଷିଣ ଏସିୟ ରାଷ୍ଟ୍ରର ଇସ୍ଲାମଧର୍ମାବଲମ୍ବୀଙ୍କୁ ବାଦ ଦେଇ ଅନ୍ୟ ସବୁ ଧର୍ମର ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ ଲାଗି ପ୍ରାବଧାନ ରହିଛି। ଯାହା ଧର୍ମ ଭେଦଭାବ ଆଧାରିତ ଓ ସମସ୍ତ ଅନ୍ତର୍ଜାତୀୟ ବୁଝାମଣାର ଉଲ୍ଲଂଘନ ବୋଲି ବୈଦେଶିକ ମନ୍ତ୍ରାଳୟ କହିବା ସହ  ବିଧେୟକକୁ ଅଗ୍ରାହ୍ୟ କରିଛି।   

   Related Posts