ବିଗ ବସ୍ ବନ୍ଦ କରିବାକୁ କରଣୀସେନାର ଦାବି : କଣ୍ଟେଣ୍ଟ ନେଇ ରିପୋର୍ଟ ମାଗିଲେ କେନ୍ଦ୍ରମନ୍ତ୍ରୀ
13/10/2019 at 11:23 AM

ମୁମ୍ବାଇ ୧୩/୧୦: ବିଗ ବସ୍ ଉପରେ ସରକାରଙ୍କ ନଜର । ଏହାର କଣ୍ଟେଟ୍ ନେଇ ରିପୋର୍ଟ ମାଗିଲେ କେନ୍ଦ୍ରମନ୍ତ୍ରୀ । ବିଗ ବସ୍ କୁ ନେଇ ବିବାଦ ଶେଷ ହେବାର ନାଁ ନେଉନି । bed friend forver ଭଳି, ଯେଉଁ ନୂଆ ଟ୍ବିଷ୍ଟ ସହ ଟିଆରପି ପାଇବାର ଚିନ୍ତା କରୁଥିଲେ ସୋ ପ୍ରଯୋଜକ, ତାହା ସୋ ଉପରେ ଭାରି ପଡିଛି ।
ଏଥିରେ ବିଗବସ୍ ଘରେ ରହୁଥିବା ପାର୍ଟନରଙ୍କ ଭିତରେ ଅନ୍ତରଙ୍ଗ ଦୃଶ୍ୟ ଦେଖିବାକୁ ମିଳୁଛି । ଏହା ଅଶ୍ଳୀଳତାକୁ ପ୍ରୋତ୍ସାହନ କରୁଥିବା ଅଭିଯୋଗ ହେଉଛି । ଏହି ସୋ କୁ ବ୍ୟାନ କରିବା ଲାଗି କରଣୀ ସେନା ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛି । ସଲମାନଙ୍କ ଘର ଆଗରେ ଏହା ବିରୋଧରେ ପ୍ରଦର୍ଶନ କରାଯାଇଛି ।
ଏବେ ଏହା ଉପରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଏହି ସୋ ଉପରେ ରିପୋର୍ଟ ମାଗିଛନ୍ତି । ଫଳରେ ବିଗବସ୍ ବନ୍ଦ ହେବା ନେଇ ଆଶଙ୍କା ବଢି ଯାଇଛି । ତେବେ ପ୍ରଶ୍ନ ଉଠୁଛି ଟିଆରପି ଲାଗି ଏପ୍ରକାର ଅଶୋଭନୀୟ କଣ୍ଟେଟ୍ କଣ ଜରୁରୀ ।