Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ପୁଣି ଅଡୁଆରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କର୍ଣ୍ଣାଟକ ପରେ ଏବେ ବିହାରରେ ମାମଲା ଦାୟର

23/05/2020 at 11:51 AM

ପାଟନା ୨୩।୦୫: ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପାଇଁ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । କେନ୍ଦ୍ର ସରକାର ଦ୍ୱାରା କରୋନା ଭାଇରସ ପାଇଁ ପ୍ରସ୍ତୁତ ହୋଇଥିବା ସହଯୋଗ ପାଣ୍ଠିକୁ ନେଇ ସୋନିଆ ଗାନ୍ଧି ଦିନକୁ ଦିନ ଅଧିକ ଅସୁବିଧାରେ ପଡୁଛନ୍ତି । ନିଜର ବିବାଦୀୟ ବୟାନ ପାଇଁ ସୋନିଆ ଗାନ୍ଧିଙ୍କ ନାଁରେ ଆଉ ଏକ ମାମଲା ରୁଜୁ ହୋଇଛି ।  କର୍ଣ୍ଣାଟର ପରେ ଏବେ ବିହାରରେ ମଧ୍ୟ ମାମଲା ଦାୟର ହୋଇଛି ।  

ପାଟନା କଙ୍କଡାବାଗ ଥାନାରେ ବିଜେପି ମିଡିଆ ପ୍ରଭାରୀ ରହିସାରିଥିବା ପଙ୍କଜ ସିଂହ ଏହି କେସ୍‌ ଦାୟର କରିଛନ୍ତି । ତାଙ୍କର ଅଭିଯୋଗ ହେଉଛି ଯେ, ପିଏମ୍‌ କେୟାର ଫଣ୍ଡକୁ ନେଇ ପ୍ରଶ୍ନ ଉଠାଇଥିବା ସୋନିଆ ଗାନ୍ଧିଙ୍କ ଉପରେ ରଗିଥିଲେ । ତେବେ ସୂଚନାନୁସାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବିରୋଧରେ ଆଇପିସି ଧାର ୫୦୪, ୫୦୫ (1) ବି, ୫୦୫(2) ଅନୁସାରେ ମାମଲା ରୁଜୁ କରାଯାଇଛି । ଏହାପୂର୍ବରୁ ସୋନିଆ ଗାନ୍ଧିଙ୍କ ବିରୋଧରେ ଦୁଇ ଦିନ ତଳେ କର୍ଣ୍ଣାଟକରେ ଏକ କେସ୍‌ ଦାୟର କରାଯାଇଥିଲା । କର୍ଣ୍ଣାଟକର ଶିବମୋଗା ଜିଲ୍ଲାର ସାଗର କସ୍‌ବେ ପୋଲିସ ଥାନାରେ ପ୍ରବୀଣ ନାମକ ଜଣେ ବ୍ୟକ୍ତି ମାମଲା ରୁଜୁ କରିଥିଲେ । ଆଇପିସି ଧାରା ୧୫୩ ଓ ୫୦୫(୧) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା ।

   Related Posts