Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ବ୍ୟାପିବାରେ ଲାଗିଲା ଓମିକ୍ରନ, କର୍ଣ୍ଣାଟକ ଓ ଗୁଜରାଟ ପରେ ଏବେ ମୁମ୍ବାଇରୁ ଚିହ୍ନଟ ହେଲେ ସଂକ୍ରମିତ

4/12/2021 at 8:08 PM

ମୁମ୍ବାଇ ୦୪।୧୨: ଦେଶରେ ଓମିକ୍ରନ ଭାରିଏଣ୍ଟର ଆଉ ଏକ କେସ୍ ଚିହ୍ନଟ ହୋଇଛି। ଦକ୍ଷିଣ ଆଫ୍ରିକାରୁ ମୁମ୍ବାଇ ଫେରିଥିବା ଜଣେ ବ୍ୟକ୍ତି କୋଭିଡ୍-୧୯ର ନୂତନ ପ୍ରଜାତି ଓମିକ୍ରନରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏ ପର୍ଯ୍ୟନ୍ତ ଦେଶର ତିନୋଟି ରାଜ୍ୟରେ ୪ କେସ୍ ସାମ୍ନାକୁ ଆସି ସାରିଛି। ଏହା ପୂର୍ବରୁ ଆଜି ଗୁଜରାଟର ଜାମନଗରରୁ ଜଣେ ବୃଦ୍ଧ ଓମିକ୍ରନରେ ସଂକ୍ରମିତ ଥିବା ଜଣା ପଡିଥିବା ବେଳେ କର୍ଣ୍ଣାଟକରୁ ଦୁଇ ଜଣ ଓମିକ୍ରନ ସଂକ୍ରମିତ ମିଳି ସାରିଛି।

ସ୍ଵାସ୍ଥ୍ୟ ବିଭାଗ ଅନୁଯାୟୀ, ୩୩ ବର୍ଷୀୟ ଏହି  ବ୍ୟକ୍ତି ନଭେମ୍ବର ୨୪ରେ କେପଟାଉନରୁ ଫେରିଥିଲେ। ସେ ଦୁବାଇ ଏବଂ ଦିଲ୍ଲୀ ଦେଇ ମୁମ୍ବାଇ ପହଞ୍ଚିଥିଲେ। ସେ କୌଣସି ଟିକା ମଧ୍ୟ ନେଇ ନାହାନ୍ତି। ଆଶ୍ଵସ୍ତିକର କଥା ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକେ କରୋନା ନେଗେଟିଭ୍ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀ-ମୁମ୍ବାଇ ବିମାନରେ ତାଙ୍କ ସହ ଯାତ୍ରା କରିଥିବା ୨୫ ଯାତ୍ରୀଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଛି। ମହାରାଷ୍ଟ୍ର ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ କହିଛନ୍ତି, ସଂକ୍ରମିତ ରୋଗୀ ମୁମ୍ବାଇ ସନ୍ନିକଟ କଲ୍ୟାଣ ଡୋମ୍ବିବଲି ନଗରପାଳିକା ଅଞ୍ଚଳକୁ ଆସିଥିଲେ। ଏଠାରେ ଯାଞ୍ଚ ସମୟରେ ହିଁ ସେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଗୁଜୁରାଟ ଜାମନଗରର ଜଣେ ବ୍ୟକ୍ତି କରୋନାର ଓମିକ୍ରନ୍‌ ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ଜଣା ପଡିଛି । ୨ ଦିନ ପୂର୍ବରୁ ସଂକ୍ରମିତ ବ୍ୟକ୍ତିଜଣକ ଦକ୍ଷିଣ ଆଫ୍ରିକାରୁ ଗୁଜରାଟ ଫେରିଥିଲେ । ଏୟାରପୋର୍ଟରେ ଯାଞ୍ଚ ପରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ତାଙ୍କୁ ଆଇସୋଲେସନରେ ରଖାଯିବା ସହିତ ଉକ୍ତ ବ୍ୟକ୍ତିଙ୍କ ନମୂନା ଜେନୋମ୍‌ ସିକ୍ବେସିଙ୍ଗ ପାଇଁ ପଠାଯାଇଥିଲା । ତେବେ ବର୍ତ୍ତମାନ ରିପୋର୍ଟରୁ ଜଣାପଡିଛି ଯେ ବ୍ୟକ୍ତିଜଣକ ଓମିକ୍ରନ୍‌ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଛନ୍ତି । 

ପୂର୍ବରୁ ଭାରତରେ ୨ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । କର୍ଣ୍ଣାଟକରୁ ଜଣେ ୬୬ ବର୍ଷୀୟ ଏବଂ ଆଉ ଜଣେ ୪୬ ବର୍ଷୀୟ ବ୍ୟକ୍ତି କରୋନାର ଓମିକ୍ରନ୍‌ ଭାରିଏଣ୍ଟରେ ଚିହ୍ନଟ ହୋଇଥିବା ନେଇ ଜଣାପଡିଥିଲା ।

   Related Posts