Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

କର୍ଣ୍ଣାଟକରେ ସରକାର ଗଢିବା ପରେ ବିଜେପିର ମିଶନ ଏବେ ମଧ୍ୟପ୍ରଦେଶ

30/07/2019 at 12:44 PM

ନୂଆଦିଲ୍ଲୀ ୩୦|୭: କର୍ଣ୍ଣାଟକରେ ସରକାର ଗଢିବାରେ ସଫଳ ହେବା ପରେ ବିଜେପିର ମିଶନ ମଧ୍ୟପ୍ରଦେଶ । କର୍ଣ୍ଣାଟକରେ କ୍ୟାବିନେଟ ଗଠନ ହେବା ପରେ ମଧ୍ୟପ୍ରଦେଶରେ ଦଳ ଅପରେସନ ଲୋଟସ ଆରମ୍ଭ ହେବ । ମଧ୍ୟପ୍ରଦେଶର ରାଜନୈତିକ ପାଣିପାଗକୁ ନେଇ ଏମିତି କିଛି ଇସାରା ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟବର୍ଗୀୟ । ସେ ଆହୁରି ମଧ୍ୟ କହିଛନ୍ତି ଯେ ,ବିଜେପିର ଏହା ଇଚ୍ଛା ନୁହେଁ ଯେ ମଧ୍ୟ ପ୍ରଦେଶରେ ସରକାର ଭାଙ୍ଗୁ, କିନ୍ତୁ କଂଗ୍ରେସର ବିଧାୟକମାନେ ହିଁ ଅନିଶ୍ଚିତତାରେ ଅଛନ୍ତି ।

ମଧ୍ୟପ୍ରଦେଶର  କଂଗ୍ରେସ ବିଧାୟକମାନଙ୍କୁ ନିଜ ସରକାର ଉପରେ ହିଁ ବିଶ୍ୱାସ ନାହିଁ । ଏଣୁ ସେଠାରେ ବିଜେପି ସରକାର ଆସିବ । ଏହା ସହ ୨୦୨୧ରେ ପଶ୍ଚିମବଙ୍ଗରେ ମଧ୍ୟ ସରକାର ଗଢିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ମିଶନ- ୨୦୨୧ ପାଇଁ ଦଳ ଏବେଠାରୁ କାମ ଆରମ୍ଭ କରିଛି । ଗତକାଲି କର୍ଣ୍ଣାଟକରେ ଆସ୍ଥା ଭୋଟ୍ ଜିତି କ୍ଷମତାକୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରପ୍ପା ।

   Related Posts