କଙ୍ଗନାଙ୍କ ପରେ ଫ୍ୟାଶନ ଡିଜାଇନର ମନୀଷ ମଲହୋତ୍ରାଙ୍କୁ ବିଏମସିର ନୋଟିସ୍

Published By : Prameya-News7 Bureau | September 10, 2020 IST

ନୂଆଦିଲ୍ଲୀ ୧୦/୦୯: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ମୁମ୍ବାଇ ସ୍ଥିତ ଅଫିସରେ ବିଏମସିର ଭଙ୍ଗାରୁଜା ପରେ ଏ​‌ବେ ପାଳି ପଡ଼ିଛି ଲୋକପ୍ରିୟ ଫ୍ୟାଶନ ଡିଜାଇନର ମନୀଷ ମଲହୋତ୍ରାଙ୍କର। ବିଏସି ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ବିଏମସି ଅଭିଯୋଗ କରିଛି ଯେ ମନୀଷ ନିଜ ଅଫିସକୁ ଅନଧିକୃତ ପରିବର୍ତନ କରିଛନ୍ତି। ଏ ପାଇଁ ତାଙ୍କୁ ବିଏମସି ନୋଟିସ୍ ଜାରି କରି ସାତଦିନ ମଧ୍ୟରେ ଜବାବ ମାଗିଛି।

wp:core-embed/twitter {"url":"https://twitter.com/ANI/status/1303912854538526721","type":"rich","providerNameSlug":"twitter","className":""}
https://twitter.com/ANI/status/1303912854538526721
/wp:core-embed/twitter

ତେବେ ବେଆଇନ ଅଫିସ ନିର୍ମାଣ ଯୋଗୁ ଗତକାଲି ବିଏସି କଙ୍ଗନାଙ୍କ ଅଫିସକୁ ଭାଙ୍ଗିଛି। ଏହା ପୂର୍ବରୁ ନୋଟିସ ଜାରି କୁହାଯାଇଥିଲା ଅଫିସ ନିର୍ମାଣ କ୍ଷେତ୍ରରେ ପାଖାପାଖି ୮-୧୦ନିୟମ ଉଲ୍ଲଘଂନ କରିଥିଲେ କଙ୍ଗନା। ଏହା ପରେ ବିଏମସି ତାଙ୍କ ଅଫିସରେ ଭଙ୍ଗାରୁଜା ଆରମ୍ଭ କରିଥିଲା। ବମ୍ବେ ହାଇକୋର୍ଟ ମଧ୍ୟ ଏହା ଉପେର ଆଜି ଦିନ ୩ଟାରେ ଶୁଣାଣି କରିବା ନିଷ୍ପତି ନେଇଥିଲା। ମାତ୍ର ଏହି ମାମଲାର ଶୁଣାଣି ସେପ୍ଟମ୍ବର ୧୦ରେ ବମ୍ବେ ହାଇକୋର୍ଟ କରିବେ। ତେବେ ବମ୍ବେ ହାଇକୋର୍ଟ ଏ ନେଇ ବିଏମସିକୁ ଜବାବ ମାଗିଛି। ଏବେ ବିଏମସିକୁ ଏହି ମାମଲାରେ ଜବାବ ଦେବାକୁ ହିଁ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.