Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ଭୟରେ କଠୋର ହେଲା ହଂକଂ: ଭାରତକୁ ବିମାନ ଚଳାଚଳ ବନ୍ଦ, ୩ ମେ ଯାଏଁ ଲାଗିଲା କଟକଣା
  • ||
  • କଳାହାଣ୍ଡି : ନଳକୂପ ଅଛି ହେଲେ ପାଣି ବାହାରୁନି, ପାନୀୟ ଜଳ ଯୋଗାଣ ଦାବିରେ ସରପଞ୍ଚ, ପଞ୍ଚାୟତ ଓ ବ୍ଲକ୍ ଯନ୍ତ୍ରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ
  • ||
  • କଳାହାଣ୍ଡି : ଲଡୁଗାଁରେ ବଢିଲା ସଟ୍ ଡାଉନ୍ ଅବଧି, ଆଉ ୪ଦିନ ରହିବ ବଳବତ୍ତର
  • ||
  • ରାଜ୍ୟରେ ୪ହଜାର ଟପିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୪୪୪୫ ପଜିଟିଭ୍ ଚିହ୍ନଟ
  • ||
  • କରୋନା ନେଲା ଜୀବନ: ପରଲୋକରେ ଜେଡିୟୁ ବିଧାୟକ ମେଓ୍ୱାଲାଲ ଚୌଧୁରୀ
  • ||
  • ଆଜିଠୁ ଶ୍ରୀମନ୍ଦିରରେ ନୂଆ SOP ଲାଗୁ, ରାଜ୍ୟ ବାହାରର ଦର୍ଶନାର୍ଥୀଙ୍କ ପାଇଁ କୋଭିଡ୍ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ
  • ||
  • ଚଣ୍ଡିଖୋଲ : ଟ୍ରେନ୍ ଲାଇନ୍‌ରୁ ମିଳିଲା ମୃତଦେହ, ନିକଟରେ ପଡିଛି ଏକ ସାଇକେଲ
  • ||
  • ଭୁବନେଶ୍ୱର : ୫ ସହରରେ ପାରଦ ୪୦ ଡିଗ୍ରୀ ଟପିଲା, ଆଗକୁ ଆହୁରି ବଢିବ ତାତି
  • ||

ଜିଓର ଫ୍ରି କଲ ସେବା ବନ୍ଦ ହେବା ପରେ ଲଂଚ ହେଲା ନୂଆ ସିମ୍‌ କାର୍ଡ, ଗୋଟେ ବର୍ଷ ଯାଏଁ ମିଳିବ ସବୁକିଛି ଫ୍ରି

17/10/2019 at 5:41 PM

ନିକଟରେ ରିଲାଏନ୍ସ ଜିଓ ଏକ ବଡ ଖବର ଘୋଷଣା କରିଥିଲା। ଏହି ଖବର ଶୁଣିବାପରେ ଗ୍ରାହକଙ୍କୁ ବଡ ଝଟକା ଲାଗିଥିଲା । ଜିଓ ଏବେ ଗ୍ରାହକଙ୍କୁ ନନ୍‌ଜିଓ କଲିଂ ପାଇଁ ଚାର୍ଜ କରିବ।  ଅନ୍ୟ ଅପେରେଟରଙ୍କୁ କଲ୍‌ କଲେ କଲ୍‌ ପିଚ୍ଛା ମିନିଟକୁ ୬ ପଇସା ଦେୟ ଦେବାକୁ ହେଉଛି।ଯାହା ପୂର୍ବରୁ ମାଗଣା ଥିଲା। ଜିଓର ଏହି ଫ୍ରି କଲିଂ ବନ୍ଦ ହେବା ପରେ ବଜାରରେ ଥିବା ଅନ୍ୟ ନେଟୱାର୍କଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ବଢିଛି। ଏହାକୁ ଆଖିଆଗରେ ରଖି ମୋବଲ ନାମକ ଏକ ନୂଆ ସିମ ଲଂଚ ହୋଇଥିବା ଖବର ଆସିଛି। ଏହି ସିମ୍‌ରେ ଗୋଟେ ବର୍ଷ ଯାଏଁ ସବୁକିଛି ଅନ୍‌ଲିମିଟେଡ୍‌ ରହିବ।

ଜିଓକୁ କଡା ଟକ୍କର ଦେବା ପାଇଁ ବଜାରରେ ଏହି ସିମ୍‌ ଲଂଚ ହେଉଥିବା କୁହାଯାଉଛି। ଜିଓ ଭଳି ଏହି ସିମ୍‌ କେତେ ସଫଳ ହେବ ତାହା ଦେଖିବା ଅପେକ୍ଷାରେ ଲୋକେ ଅଛନ୍ତି। କାରଣ ଜିଓ ଏମିତି ଏକ କମ୍ପାନୀ ଯାହା ଆସିବା ପରେ ଲୋକଙ୍କୁ ୪ଜି ସ୍ପିଡର ଇଣ୍ଟରନେଟ ମିଳିଥିଲା । ହେଲେ ଶସ୍ତା ଅଫର ଓ ଅଧିକ ଜିଓ ଗ୍ରାହକଙ୍କ ଯୋଗୁଁ କେବେ କେବେ ସ୍ପିଡ ନେଇ ସମସ୍ୟା ହୋଇଥାଏ ଯେଉଁଥିପାଇଁ ଜିଓ ଗ୍ରାହକ ଅସୁବିଧା ସାମ୍ନା କରନ୍ତି।  

ନୂଆ ସିମ ଲଞ୍ଚ କରୁଥିବା ମୋବଲ ନାମକ ଟେଲିକମ୍‌ କମ୍ପାନୀ ଜିଓଠାରୁ ଭଲ ସେବା ଦେବ ବୋଲି ଦାବି କରୁଛି। କମ୍ପାନୀ ଅନେକ ଦେଶରେ ଏକା ସହ ଏହି ସିମ୍‌ ଲଂଚ କରିବ। ଏହି ସିମ୍‌ର ବିଷେଶତ୍ବ ଏହା ଯେ, ସିମ୍‌ ଆଖପାଖରେ ଥିବା କୌଣସି କମ୍ପାନୀର ଟାୱର ସହ ମିଶି ଏହା କାମ କରିପାରିବ। ଏହା ବ୍ୟତୀତ ଗୋଟେ ବର୍ଷ ପର୍ଯ୍ୟନ୍ତ କଲ ସହ ଅନ୍ୟାନ୍ୟ ଜିନିଷ ମଧ୍ୟ ଫ୍ରି ରହିବ।  

 

   Related Posts