Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଜାଭେଦ ଅଖତରଙ୍କ ପରେ ଦିଗବିଜୟ ସିଂହ ଆରଏସଏସକୁ ତାଲିବାନ ସହ କଲେ ତୁଳନା

10/09/2021 at 2:26 PM

ନୂଆଦିଲ୍ଲୀ ୧୦/୦୯ : କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)କୁ ତାଲିବାନ ସହ ତୁଳନା କରିଛନ୍ତି। ଗୋଟିଏ ସପ୍ତାହ ମଧ୍ୟରେ ଦ୍ୱିତୀୟଥର ପାଇଁ ସଂଘର ତୁଳନା ତାଲିବାନ ସହ କରାଯାଇଛି। ସେ ସଂଘର ମୁଖ୍ୟ ଡ.ମୋହନ ଭାଗବତଙ୍କ ପୁରୁଣା ବୟାନ ଉପରେ ମନ୍ତବ୍ୟ ଦେଇଛନ୍ତି. ଯେଉଁଥିରେ ସେ କହିଥିଲେ ଯେ ବାହାଘର ଏକ ବୁଝାମଣା। ବାହାଘର ପରେ ମହିଳାମାନେ ଘରର ଯତ୍ନ ନିଅନ୍ତି ଓ ଘରର ଅନ୍ୟାନ୍ୟ କଥା ବୁଝନ୍ତି। କିନ୍ତୁ ପୁରୁଷମାନଙ୍କ ଉପରେ ରୋଜଗାର ଓ ମହିଳାଙ୍କ ସୁରକ୍ଷା ଦାୟିତ୍ୱ ଥାଏ। ନିକଟରେ ସଂଗୀତକାର ଜାଭେଦ ଅଖତର ମଧ୍ୟ ତୁଳନାତ୍ମକ ମନ୍ତବ୍ୟ ଦେଇଥିଲେ।

ଦିଗବିଜୟ ସିଂହ କହିଛନ୍ତି, ତାଲିବାନ ଓ ଆରଏସଏସ ମଧ୍ୟରେ କାର୍ଯ୍ୟରତ ମହିଳାଙ୍କ ପାଇଁ ସମାନତା ଅଛି କି ? ଯେପର୍ଯ୍ୟନ୍ତ ମୋହନ ଭାଗବତଜି ଓ ତାଲିବାନ ନିଜର ବିଚାରଧାରା ନ ବଦଳାନ୍ତି ଏମିତି ହିଁ ଲାଗିବ। ଚଳିତ ସପ୍ତାହରେ କଂଗ୍ରେସ ନେତା ଆରୋପ ଲଗାଇଥିଲେ ଯେ ସଂଘ ମିଛ ଓ ଭୁଲ ତଥ୍ୟ ଦେଇ ହିନ୍ଦୁ ଓ ମୁସଲମାନଙ୍କୁ ଅଲଗା ଅଲଗା କରୁଛି। ମୋହନ ଭାଗବତଙ୍କ ହିନ୍ଦୁ-ମୁସଲମାନ ଡିଏନଏ ଏକ ବୟାନକୁ ନେଇ ପ୍ରଶ୍ନ କରିଛନ୍ତି, ଯଦି ଏମିତି ତାହେଲେ ଲଭ ଜିହାଦ ଭଳି ପ୍ରସଙ୍ଗ କାହିଁକି ଉଠୁଛି ?

ପୂର୍ବତନ ମୁଖ୍ୟମନ୍ତ୍ରୀ, ଜାଭେଦ ଅଖତରଙ୍କ ସମର୍ଥନରେ କହିଥିଲେ, ଭାରତୀୟ ସମ୍ବିଧାନ ବ୍ୟକ୍ତିକୁ ଅଭିବ୍ୟକ୍ତିର ସ୍ୱାଧୀନତା ଦେଇଛି। ମଙ୍ଗଳବାର ଦିନ ସାମ୍ବାଦିକଙ୍କ ସହ କଥା ହୋଇ ସେ କହିଥିଲେ, ‘ମୁଁ ଜାଣିନି ସେ ଏମିତି କାହିଁକି କହିଥିଲେ, କିନ୍ତୁ ଆମ ସମ୍ବିଧାନରେ ଆମକୁ ନିଜ କଥା ଜାହିର କରିବାର ଅଧିକାର ଅଛି। ଜାଭେଦ ଅଖତର ସେପ୍ଟେମ୍ବର ୩ ତାରିଖରେ ଏକ ଟିଭି କାର୍ଯ୍ୟକ୍ରମ ସମୟରେ ତାଲିବାନକୁ ଆରଏସଏସ ସହ କରିଥିଲେ।

   Related Posts