Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର ରୋଡ୍ : ଉପ-କାରାଗାରରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଢେଙ୍କାନାଳ : ଜଙ୍ଗଲୀ ଜନ୍ତୁକୁ ମାରି ମାଂସ ଭାଗବଣ୍ଟା କଲେ, ଭାଗ ଛିଡିଲାନି ବୋଲି ଜଣଙ୍କୁ ମାରିଦେଲେ, ଅଭିଯୁକ୍ତ ଫେରାର
  • ||
  • ଚଣ୍ଡିଖୋଲ : କ୍ୟାବିନରୁ ୨ଶହ ଲିଟର ଡିଜେଲ ଜବତ, ଜଣେ ଗିରଫ
  • ||
  • ପଟ୍ଟାମୁଣ୍ଡାଇ : ନଦୀରେ ଭାସୁଛି କୁମ୍ଭୀରର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗାଁ ମୁହାଁ ହାତୀ ପଲ, ଭୟଭୀତ ଗ୍ରାମବାସୀ, ପଡିଲା ତାଟି କବାଟ
  • ||
  • ମନ୍ଦିର ନିକଟରେ ପଡିଛି ଅଜଣା ଯୁବକ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • କମୁଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୮ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୨୯୫୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଅମାନବୀୟ : ଗୋଡାଇବାରୁ କୁକୁରକୁ ହତ୍ୟା, ଜଣେ ଗିରଫ
  • ||
  • ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ଆସନ୍ତାକାଲି ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ କଟକଣା ଲାଗୁ
  • ||

ଭାରତ ପରେ ଆମେରିକାରେ ଟିକ୍‌ଟକ୍‌ ଓ ଓ୍ଵିଚାଟ୍ ଉପରେ ଲାଗିଲା କଟକଣା, ସେପ୍ଟେମ୍ବର ୨୦ରୁ ହେବନି ଆଉ ଆପ୍ ଡାଉନଲୋଡ୍

18/09/2020 at 6:33 PM

ନୂଆଦିଲ୍ଲୀ ୧୮।୦୯: ଚାଇନିଜ୍ ଭିଡିଓ ସେୟାରିଂ ଆପ୍‌ ଟିକ୍‌ଟକ୍‌ ପାଇଁ ଆସିଛି ଆଉ ଏକ ଖରାପ ଖବର। ରାଇଟର୍ସର ରିପୋର୍ଟ ଅନୁଯାୟୀ ଡୋନାଲ୍ଡ ଟ୍ରମ୍ପ ରବିବାରଠୁ ଆମେରିକାରେ ଟିକ୍‌ଟକ୍‌ ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି। ରିପୋର୍ଟ ଅନୁଯାୟୀ, ଟିକ୍‌ଟକ୍‌ ବ୍ୟତୀତ ଓ୍ଵିଚାଟ୍‌କୁ ମଧ୍ୟ ସେପ୍ଟେମ୍ବର ୨୦ ଅର୍ଥାତ ରବିବାରଠୁ ଆମେରିକାରେ ଡାଉନ୍‌ଲୋଡ୍‌ କରାଯାଇ ପାରିବ ନାହିଁ। ଆମେରିକାରେ ଟିକ୍‌ଟକ୍‌ର ପ୍ରାୟ ୧୦୦ ମିଲିୟନ ଅର୍ଥାତ ୧୦ କୋଟି ୟୁଜର୍ସ ଅଛନ୍ତି। ଏହା ପୂର୍ବରୁ ଭାରତରେ ଟିକ୍‌ଟକ୍‌କୁ ନିଷେଦ୍ଧ କରାଯାଇଥିଲା।

ଏହି କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି  ସେ ଟିକ୍‌ଟକ୍‌ ବିଷୟରେ ନିଷ୍ପତ୍ତି କରିବା ପାଇଁ ଓ୍ଵାଲମାର୍ଟ ଓ ଓରେକଲ ପ୍ରତିନିଧି ସହିତ ଆଲୋଚନା କରିଛନ୍ତି। ଗତ ମାସରେ ଟ୍ରମ୍ପ ଟିକ୍‌ଟକ୍‌ ଓ ଓ୍ଵିଚାଟ୍‌ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ କାର୍ଯ୍ୟକାରୀ ଆଦେଶ ଉପରେ ଦସ୍ତଖତ କରିଥିଲେ। ଯାହା ଆଧାରରେ ଦୁଇ ଚୀନ କମ୍ପାନୀ ନିଜର ସ୍ଵାମିତ୍ଵ କୌଣସି ଆମେରିକା କମ୍ପାନୀକୁ ଦେଇ ଏହି କଟକଣାରୁ ବର୍ତ୍ତି ପାରିବେ। ଏହି ସମୟରେ ଟିକ୍‌ଟକ୍‌ର ମାଲିକାନା ବେଜିଂ ସ୍ଥିତ ବାଇଟଡାନ୍ସ ପାଖରେ  ରହିଛି। ପ୍ରାରମ୍ଭରେ ଟିକ୍‌ଟକ୍‌ ସହିତ ଆଲୋଚନାରେ ମାଇକ୍ରୋସଫ୍ଟ ସାମିଲ ଥିଲା। ମାତ୍ର ଏବେ ଓରେକଲ ଓ ଓ୍ଵାଲମାର୍ଟ ଏହି ସମ୍ଵନ୍ଧରେ ବାଇଟଡାନ୍ସ ସହିତ ଆଲୋଚନା ଜାରି ରଖିଛନ୍ତି।

   Related Posts