ସ୍ୱାମୀଙ୍କ ମୃତ୍ୟୁ ପରେ ମାନସିକ ସନ୍ତୁଳନ ହରାଇ ଶିଶୁଙ୍କ ସହ ଫାଶି ଲଗାଇଲେ ପତ୍ନୀ

Published By : Prameya-News7 Bureau | May 25, 2019 IST

ଅଲବର ୨୫/୫ : ଦୁଇ ମାସ ପୁର୍ବରୁ ସ୍ୱାମୀଙ୍କ ମୃତ୍ୟୁରୁ ଭାଙ୍ଗପଡି ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ଘଟଣା ଅଲବର ଜିଲ୍ଲାର ସଦର ଥାନା ଅନ୍ତର୍ଗତ ମଦନପୁରୀ ଅଞ୍ଚଳର । ମହିଳା ନିଜର ଦୁଇ ଶିଶୁଙ୍କ ସହ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ମହିଳା ହେଲେ ୨୫ ବର୍ଷ ବୟସ୍କା ପପିତା ମୀନା । ଥାନା ଅଧିକାରୀ କହିଛନ୍ତି ଆଜି ସକାଳୁ ପପିତାଙ୍କ ମୃତଦେହ ତାଙ୍କ ଶ୍ୱଶୁର ଘରୁ ଜବତ ହୋଇଥିଲା ।

୩ ବର୍ଷ ପୂର୍ବରୁ ୩୦ ବର୍ଷ ବୟସ୍କା ଦୀପକଙ୍କ ସହ ପପିତାଙ୍କ ବିବାହ ହୋଇଥିଲା । ୨ ମାସ ପୂର୍ବରୁ କୌଣସି କାରଣରୁ ଦୀପକଙ୍କ ମୃତ୍ୟୁ ହୋଇଯାଇଥିଲା । ଗାଁଲୋକଙ୍କ କହିବାନୁଯାୟୀ, ଦୀପକ କୌଣସି ଏକ ରୋଗରେ ପୀଡିତ ଥିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ପପିତାଙ୍କ ମାନସିକ ସନ୍ତୁଳନ ବିଗିଡି ଯାଇଥିଲା । ଆଜି ସକାଳୁ ତାଙ୍କ ଶ୍ୱଶୁର ଘରୁ ପପିତା ଏବଂ ତାଙ୍କ ୨ ଶିଶୁଙ୍କ ଶବ ଜବତ କରିଥିଲା ପୋଲିସ । ପପିତାଙ୍କ ଶ୍ୱଶୁରଘର ଲୋକେ ପୋଲିସକୁ ଖବର ଦେଇଥିଲେ ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଶବ ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ । ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ, ପପିତା ପ୍ରଥମେ ୨ ବର୍ଷର ଝିଅ ଓ ୩ ମାସର ପୁଅକୁ ଫାସି ଲଗାଇ ମାରିଦେଇଥିଲେ । ଏହାପରେ ନିଜେ ଫାସି ଲଗାଇ ଆତ୍ମହତ୍ୟା କରିଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.