Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ମଣିଷଙ୍କ ପରେ କଣ ପଶୁଙ୍କୁ ନିଜର ଶିକାର କରିବ କରୋନା ଭାଇରସ୍, ଦେଶର ସମସ୍ତ ଚିଡିଆଘର ହାଇଆଲର୍ଟରେ

6/04/2020 at 4:03 PM

ନୂଆଦିଲ୍ଲୀ ୦୬।୦୪: ଆମେରିକାରେ ଏକ ବାଘୁଣୀ କରୋନା ଭାଇରସ୍ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟହେବା ପରେ ସମଗ୍ର ଦେଶର ଚିଡିଆଘକୁ ହାଇ ଆଲର୍ଟରେ ରହିବାକୁ କୁହାଯାଇଛି। କେନ୍ଦ୍ରୀୟ ଚିଡିଆଘର ପ୍ରାଧିକରଣ ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଗାଇଡ୍ ଲାଇନ୍ ଜାରି କରିଛନ୍ତି।

ଏଥିରେ କୁହାଯାଇଛି ଯେ, ଆମେରିକାର ନ୍ୟୁୟର୍କ ସ୍ଥିତ ବ୍ରୋନକ୍ସ ଚିଡିଆଘରେ ଏକ ବାଘୁଣୀ କୋଭିଡ-୧୯ ସଂକ୍ରମିତ ହୋଇଥିବା ଯାଞ୍ଚ ପରେ ଜଣା ପଡିଛି। ପ୍ରାଧିକରଣ ଲେଖିଛନ୍ତି, ଏଥିପାଇଁ ଦେଶର ସମସ୍ତ ଚିଡିଆଘରକୁ ହାଇଆଲର୍ଟରେ ରହିବାକୁ କୁହାଯାଇଛି। ସିସିଟିଭି ସାହାଯ୍ୟରେ ପଶୁମାନଙ୍କ ଗତିବିଧି ଉପରେ ୨୪ ଘଣ୍ଟା ନଜର ରଖାଯାଉ। ସେମାନଙ୍କର ଅସ୍ଵାଭାବିକ ବ୍ୟବହାର କିମ୍ବା ଲକ୍ଷଣ ଉପରେ ନୀରିକ୍ଷଣ କରାଯାଉ।

ପଶୁମାନଙ୍କୁ ଖାଦ୍ୟ ଦେବା ସମୟରେ ଏହାର ଧ୍ୟାନ ରଖାଯାଉ ଯେ, ସେମାନଙ୍କ ସହିତ ଯେମିତି କମ୍ ସଂପର୍କ ରଖାଯିବ। ପ୍ରାଧିକରଣ ସ୍ତନ୍ୟପାୟୀ ପ୍ରାଣୀଙ୍କ ସାବଧାନପୂର୍ବକ ନୀରିକ୍ଷଣ କରିବା ଏବଂ ସନ୍ଦିଗ୍ଧ କରୋନା ପୀଡିତ ପଶୁଙ୍କ ଜୈବିକ ନମୂନା ନେଇ ବିଶେଷ ଭାବେ ଗଠିତ ସ୍ଵାସ୍ଥ୍ୟ ସଂସ୍ଥାରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, ପଶୁଙ୍କ ଜୈବିକ ନମୂନା ନେବା ସମୟରେ ଆତ୍ମରକ୍ଷାର ସମସ୍ତ ଉପାୟ ଅବଲମ୍ବନ କରାଯାଉ। ଚିଡିଆଘରର ସମସ୍ତ କର୍ମଚାରୀଙ୍କ ରକ୍ଷା ଏବଂ ବିସଂକ୍ରମଣର ସମସ୍ତ ନିର୍ଦ୍ଦେଶର ପାଳନ କରାଯାଉ।

   Related Posts