ପୋଷା କୁକୁର-ବିଲେଇଙ୍କ ଶରୀରରେ ଚିହ୍ନଟ ହେଲା ଆଲଫା ଭାରିଏଣ୍ଟ କରୋନା ଭୂତାଣୁ, ମଣିଷଙ୍କ ଭଳି ଦେଖାଦେଉଛି ଲକ୍ଷଣ

Published By : Prameya-News7 Bureau | November 06, 2021 IST

ନୂଆଦିଲ୍ଲୀ ୦୬/୧୧:  ମଣିଷଙ୍କ ପରେ ଏବେ କରୋନାର ଆଲଫା ଭାରିଏଣ୍ଟ  ଭୂତାଣୁ ପଶୁମାନଙ୍କ ଶରୀରରେ ଦେଖାଦେଇଛି । ପିସିଆର ଟେଷ୍ଟରୁ ଦୁଇଟି ବିଲେଇ ଏବଂ କୁକୁର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏମିତି ମାମଲା ବିରଳ ବୋଲି ବିଶେଷଜ୍ଞ ଟିମ୍‌ ଦାବି କରିଥିବା ବେଳେ ମଣିଷଙ୍କ ପାଖରୁ ପୋଷା ପଶୁମାନଙ୍କ ପାଖକୁ ସଂକ୍ରମଣ ହେଉଛି। ଅନ୍ୟ ମାଧ୍ୟମରେ ଏହି ସଂକ୍ରମଣ ବ୍ୟାପୁନାହିଁ ବୋଲି ସେମାନେ କହିଛନ୍ତି ।

ବ୍ରିଟେନର ରାଲଫ୍‌ ଭେଟେନାରୀ ରେଫେରାଲ୍‌ ସେଣ୍ଟର ମୁଖ୍ୟ ଡାକ୍ତର ଲୁକା ଫର୍ସେନ ଅଧ୍ୟୟନ ସମ୍ପର୍କରେ କହିଛନ୍ତି, ଏମିତି ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ ଘରୋଇ ପ୍ରାଣୀ ଏହି ଭୂତାଣୁ ଦ୍ବାରା ସଂକ୍ରମିତ ହେଉଛନ୍ତି । ଏହି ଗବେଷଣାରୁ ଜଣାପଡ଼ିଛି ଯେ କୁକୁର ଏବଂ ବିଲେଇ କରୋନା ସଂକ୍ରମିତ ହେଉଛନ୍ତି। ପଶୁମାନଙ୍କ ହୃଦୟରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି ।

କିନ୍ତୁ ଏହା ପୂର୍ବରୁ ଏମିତି କିଛି ଦେଖିବାକୁ ମିଳୁନଥିଲା। ଅନ୍ୟ ବିଲେଇ ଏବଂ କୁକୁରଙ୍କ ଠାରେ ହୃଦ ରୋଗ ଦେଖାଦେବାର ୬ ସପ୍ତାହ ପରେ ଆଣ୍ଡିବଡି ସୃଷ୍ଟି ହେଉଥିବା ଜଣାପଡ଼ିଛି। କରୋନାର ଆଲଫା ଭାରିଏଣ୍ଟ ଭୂତାଣୁ ଦ୍ବାରା ସଂକ୍ରମିତ ହେବା ପରେ କୁକୁର ଏବଂ ବିଲେଇଙ୍କ ହାର୍ଟରେ ଜ୍ବଳନ ହୋଇଥାଏ ବୋଲି ବିଶେଷଜ୍ଞ କହିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.