ଷଣ୍ଢକୁ ଧକ୍କା ଦେଇ ଫସିଲେ ଚୋରା ମଦ ବେପାରୀ

Published By : Prameya-News7 Bureau | September 22, 2019 IST

ସୋର (ବାଲେଶ୍ୱର)- ଷଣ୍ଢକୁ ଧକ୍କା ଦେଇ ଫସିଲେ ମଦ ବେପାରୀ । ଏହି ଘଟଣା ବାଲେଶ୍ବର ଜିଲା ବାହାନଗା ବ୍ଲକରୁ ବାସୁଦେବପୁର ସଲଟ ରାସ୍ତା ସାହାସପୁରାଛକରେ ଘଟିଛି । ଷଣ୍ଢକୁ ଧକ୍କା ଦେବା ପରେ ମଦ ବେପାରୀ ରାସ୍ତା କଡକୁ ଛିଟିକି ପଡିଥିଲେ । ସ୍ଥାନୀୟ ଲୋକ ଚୋରା ମଦ ନେଇଯାଉଥିବା ୩ଯୁବକଙ୍କୁ ଅଟକ କରିବା ସହିତ ୪୦୦ଲିଟରରୁ ଉର୍ଦ୍ଧ ମଦ ଜବତ କରି ସୋର ଅବକାରୀ ବିଭାଗର ଜିମା ଦେଲେ ସ୍ଥାନୀୟ ଲୋକେ। ଭୋରରୁ ୪ ଯୁବକ ଓଡଶାଳର ପ୍ରଦୀପ ମହାପାତ୍ର, ଚିତ୍ତ ରଞ୍ଜନ ମହାଳିକ ଓ ଗୋଲପୁରର ଡମ୍ବରୁଧର ବେହେରା ଆପାଚି, ଗ୍ଲେମର, ୟାମା ମଟର ସାଇକେଲ ଯୋଗେ ପ୍ଲାଷ୍ଟିକ ପାଉଚରେ ଚୋରା ଦେଶି ମଦ ଅଖାରେ ଭର୍ତ୍ତିକରି ନେଉଥିଲେ।

ସାହସାପୁରାଛକରେ ସ୍ଥାନୀୟ ଲୋକେ ଚୋରା ଦେଶି ମଦ ବେପାରୀଙ୍କୁ ଧରି ସୋର ଅବକାରୀ ବିଭାଗକୁ ହସ୍ତାନ୍ତର କରିଛନ୍ତି। ମାଷ୍ଟର ମାଇଣ୍ଡି ଓ ଅନ୍ୟ ବାଇକରେ ଥିବା ୫ଯୁବକ ଖସି ଯାଇଛନ୍ତି। ଉତ୍ତ୍ୟକ୍ତ ଲୋକେ ଚୋରା ମଦ ବେପାରୀଙ୍କ ୩ଟି ବାଇକକୁ ପିଟି ଭାଙ୍ଗି ଦେଇଛନ୍ତି। ପ୍ରତ୍ୟେହ ଏହି ରାସ୍ତାରେ ଚୋରା ମଦ ବେପାରୀମାନେ ଚୋରା ମଦ ନେଇ ଯାଉଥିବାବେଳେ ଅବକାରୀ ବିଭାଗର ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ ପ୍ରକାଶ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.