Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||
  • ଖଲ୍ଲିକୋଟ : ପାଖେଇ ଆସୁଛି ‘ଜଓ୍ବାଦ’, ଡଙ୍ଗା ଓ ଜାଲ ନଷ୍ଟ ହେବା ଆଶଙ୍କାରେ ମତ୍ସ୍ୟଜୀବୀ
  • ||

ହାଥରସ ପରେ ବଳରାମପୁରରେ ଗଣଦୁଷ୍କର୍ମ ପୀଡିତା ଛାତ୍ରୀଙ୍କ ମୃତ୍ୟୁ, ଦୁଷ୍କର୍ମ ପରେ ଅଣ୍ଟା ଓ ଗୋଡ ଭାଙ୍ଗି ଦେଇଥିଲେ ଅଭିଯୁକ୍ତ

1/10/2020 at 9:48 AM

ବଳରାମପୁର ୧।୧୦: ୟୁପି ହାଥରସ ଘଟଣା ପରେ ବଳରାମପୁରରେ ଜଣେ ୨୨ ବର୍ଷ ବୟସ୍କା ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ହସ୍ପିଟାଲକୁ ନେବବେଳେ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ଘଟଣାଟି ମଙ୍ଗଳବାର ଦିନ ବଳରାମପୁର କୋତବାଲି ଗୈସଡି ଅଞ୍ଚଳରେ ଘଟିଥିଲା । ପୀଡିତାଙ୍କ ମାଙ୍କ ସୂଚନା ଅନୁସାରେ ଅଭିଯୁକ୍ତମାନେ ତାଙ୍କ ଝିଅର ଅଣ୍ଟା ଏବଂ ଗୋଡ ଭାଙ୍ଗି ଦେଇଥିଲେ । ସେ ଠିଆ ହୋଇପାରୁନଥିଲେ ।

ପୀଡିତାଙ୍କ ମା କହିଛନ୍ତି ତାଙ୍କ ଝିଅ ମଙ୍ଗଳବାର ଦିନ ପ୍ରାୟ ୧୦ଟା ବେଳେ କଲେଜରେ ଆଡମିସନ ପାଇଁ ଯାଇଥିଲେ । ସେହି ସମୟରେ କିଛି ଯୁବକ ତାଙ୍କୁ ଅପହରଣ କରିନେଇଥିଲେ । ପରେ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ଝିଅ ଘରକୁ ନ ଫେରିବାରୁ ଘର ଲୋକ ତାଙ୍କୁ ଫୋନ୍ କରିଥିଲେ ମାତ୍ର ତାଙ୍କ ଫୋନ୍ ବନ୍ଦ ଥିଲା । ପ୍ରାୟ ୭ଟା ବେଳେ ଜଣେ ରିକ୍ସା ଚାଳକ ତାଙ୍କ ଝିଅକୁ ବେହୋସ ଅବସ୍ଥାରେ ଆଣିଥିଲେ । ସେତେବେଳେ ତାଙ୍କ ଝିଅର ଅବସ୍ଥା ସଙ୍କଟାପନ୍ନ ରହିଥିଲା । ସେହି ସମୟରେ ସେ କିଛି କହି ପାରୁନଥିଲେ । ତାଙ୍କ ହାତରେ ସାଲାଇନ୍ ଦିଆଯାଇଥିବା ଡ୍ରିପ୍ ଲଗାଯାଇଥିଲା ।

ପରିବାରଲୋକ ତାଙ୍କୁ ଏଭଳି ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାକୁ ନେଇ ଯାଇଥିଲେ । ମାତ୍ର ଡାକ୍ତର ତାଙ୍କର ସଙ୍କଟାପନ୍ନ ଅବସ୍ଥା ଦେଖି ଲକ୍ଷ୍ନୌ ନେବା ପାଇଁ କହିଥିଲେ । ପରିବାରଲୋକଙ୍କ କହିବା ଅନୁସାରେ ଜିଲ୍ଲାର ତୁଳସୀପୁର ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଅଭିଯୋଗ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

   Related Posts