ଭାଇଙ୍କ ଜନ୍ମଦିନରେ ସାମ୍ନାକୁ ଆସିଲେ ୫ଦିନରୁ ନିଖୋଜ ଥିବା ତେଜ ପ୍ରତାପ

Published By : Prameya-News7 Bureau | November 09, 2018 IST

ପାଟଣା ୯/୧୧ : ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡପୁଅ ତଥା ବିହାରର ପୂର୍ବତ୍ତନ ସ୍ୱାସ୍ଥ୍ୟମନ୍ତ୍ରୀ ତେଜ ପ୍ରତାପ ଯାଦବ ଗତ ୫ ଦିନ ହେଲା ନିଖୋଜ ଥିଲେ | ତେବେ ୫ଦିନ ହେଲା କେଉଁଠି ଥିଲେ, କାହା ସାଙ୍ଗେ ଥିଲା ତାହା କୌଣସି ସୂଚନା କାହା ପାଖେ ନଥିଲା | ଆଜି ବିହାରର ପୂର୍ବତ୍ତନ ଉପମୁଖ୍ୟମନ୍ତ୍ରୀ ତେଜ ପ୍ରତାପଙ୍କ ସାନ ଭାଇ ତେଜସ୍ୱି ପ୍ରତାପଙ୍କ ଜନ୍ମଦିନ | ତେବେ ଭାଇକୁ ଜନ୍ମଦିନର ଶୁଭେଚ୍ଛା ଜଣେଇବା ପାଇଁ ତେଜ ପ୍ରତାପ ପହଂଚିଥିଲେ ଦିଲ୍ଲୀରେ | ତେଜ ପ୍ରତାପ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଯେ, ସେ ଲଗାତାର ୫ଦିନ ହେଲା ପରିବାର ଲୋକଙ୍କ ସମ୍ପର୍କରେ ଅଛନ୍ତି | ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା ହେଉଛନ୍ତି | କେବଳ ମିଡ଼ିଆ ହିଁ ତାଙ୍କର ନିଖୋଜ ଥିବା ଖବର ଦେଇଚାଲିଛି ବୋଲି ସେ କହିଥିଲେ | ସୂଚନାଯୋଗ୍ୟ ଯେ, ପତ୍ନୀଙ୍କ ସହ ବିବାହ ବିଚ୍ଛେଦ ବିଷୟରେ କଥା ହେବ ପାଇଁ ତେଜ ପ୍ରତାପ ବାପା ଲାଲୁ ଯାଦବଙ୍କ ସହ କଥାବାର୍ତ୍ତା କରିବାକୁ ଜେଲ ଯାଇଥିଲେ | ସେଠାରୁ ଫେରି ସେ ଗୟାରେ ଏକ ହୋଟେଲରେ ରହିଥିଲେ | ସେଠାରୁ ସେ ଅଚାନକ ଗାୟବ ହୋଇଯାଇଥିଲେ | ତେବେ ଗୟାରୁ ସେ ବନାରସ ଚାଲିଯାଇଥିବା ସୂଚନା ମିଳିଥିଲା | ସେଠାରେ ସେ କଷି ବିଶ୍ୱନାଥ ମନ୍ଦିରରେ ପୂଜାପାଠ କରିଥିବା ଶୁଣିବାକୁ ମିଳିଥିଲା | ସେଠାରୁ ସେ ବୃନ୍ଦାବନ ଚାଲିଯାଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.