ବାହାଘର ପରେ ଘରକୁ ନ ଯାଇ ବରକନ୍ୟା ସିଧା ପହଁଚିଲେ ହସ୍ପିଟାଲରେ...

Published By : Prameya-News7 Bureau | May 24, 2020 IST

ସିର୍ସା ୨୪/୦୫ : ହରିୟାଣା ସିର୍ସା ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି | ଏଠାରେ ହସ୍ପିଟାଲରେ ହଠାତ ଫୁଲରେ ସୁସଜ୍ଜିତ ଏକ ଗାଡି ପହଞ୍ଚିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଲୋକେ ଝରକା ଦେଇ ବାହାରକୁ ଚାହିଁ ରହିଥିଲେ ଯେ ଏହିଭଳି ପରିସ୍ଥିତିରେ କିଏ ଏମିତି ଫୁଲ ସଯ ହୋଇଥିବା ଗାଡିରେ ହସ୍ପିଟାଲକୁ ଆସିଛି | କେହି କେହି ଉତ୍ସୁକତାର ସହ ମୋବାଇଲରେ ଭିଡିଓ ରେକଡିଂ କରିବାକୁ ଲାଗିଲେ | କଥାଟି ହେଲା, ଫୁଲ ସଜା ହୋଇଥିବା ଗାଡିରେ ହସ୍ପିଟାଲକୁ ଆସିଥିଲେ ନବ ବିବାହିତ ବରକନ୍ୟା | ବାହାଘର ପଞ୍ଜାବରେ ହୋଇଥିଲା | ପୁଅ ଘର ହରିୟାଣା ସିର୍ସାରେ | କିନ୍ତୁ ପୁଅ ବାହାଘର ପରେ ଝିଅକୁ ନେଇ ଘରକୁ ଯିବା ବଦଳରେ ସିଧା ଯାଇଥିଲେ ହସ୍ପିଟାଲ | ସେ ଯୁବତୀଙ୍କର ଅର୍ଥାତ ନିଜ ନବ ବିବାହିତା ସ୍ତ୍ରୀର କରୋନା ପରୀକ୍ଷା କରିବାକୁ ବାହାଘର ପରେ ସିଧା ଯାଇ ପହଞ୍ଚିଥିଲେ ହସ୍ପିଟାଲରେ |  

{"id":275202,"sizeSlug":"large"}

ଯୁବକଙ୍କ ଘର ସିର୍ସା ଜିଲ୍ଲା ଭଙ୍ଗୁ ଗାଁରେ | ତାଙ୍କ ବାହାଘର ପଞ୍ଜାବର ଲମ୍ବି ଗାଁରେ ହୋଇଥିଲା | ପ୍ରଶାସନ ଠାରୁ ଅନୁମତି ନେଇ ଶନିବାର ଦିନ ସେ ଅଳ୍ପ ଲୋକରେ ବରଯାତ୍ରୀ ନେଇ ପଞ୍ଜାବ ଯାଇଥିଲେ | ସେଠାରେ ପ୍ରଶାସନ ନିୟମ ଅନୁସାରେ ବିବାହ ଅନୁଷ୍ଠିତ ହୋଇଥିଲା | ବାହାଘର ପରେ ସେ ନବ ବିବାହିତା କନ୍ୟାଙ୍କୁ ନେଇ ନିଜ ଘରକୁ ଫେରିବା ବଦଳରେ ଗାଡି ନେଇ ସିଧା ହସ୍ପିଟାଲ ପରିସରରେ ପହଞ୍ଚିଥିଲେ | ସେଠାରେ ଉଭୟ ବରକନ୍ୟାଙ୍କ କରୋନା ପରୀକ୍ଷା କରାଯାଇଥିଲା | ପରୀକ୍ଷା ପରେ ସେମାନେ ଘରକୁ ଫେରିଥିଲେ |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.