୪ବର୍ଷ ପରେ ମିଳିଲା ନିଖୋଜ ନାବାଳିକାଙ୍କ ପତ୍ତା, ପରିବାର ଲୋକଙ୍କୁ କରାଗଲା ହସ୍ତାନ୍ତର

Published By : Prameya-News7 Bureau | September 25, 2021 IST

ଚଣ୍ଡିଖୋଲ ୨୫।୦୯: ୪ବର୍ଷ ପରେ ମିଳିଲା ପତ୍ତା । ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳ ନାବାଳିକା ଝାରସୁଗୁଡ଼ାରୁ ଉଦ୍ଧାର କରାଯାଇଛି । ଏକ ସ୍ୱେଚ୍ଛେସେବୀ ଅନୁଷ୍ଠାନ ସହଯୋଗରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ଖବର ଅନୁଯାୟୀ, ଧର୍ମଶାଳା ବ୍ଲକର ବାଲିବିରୀ ଗ୍ରାମ ର ସ୍ୱର୍ଗତ ଦିବାକର ମୁଣ୍ଡାଙ୍କ ଝିଅ ୪ ବର୍ଷ ପୂର୍ବେ ଭିକ୍ଷାବୃତ୍ତି କରୁଥିଲେ । ଠିକ୍‌ ଏହି ସମୟରେ ଜଣେ ଦଲାଲ ତାଙ୍କୁ ନେଇ ଝାରସୁଗୁଡାରେ ଭିକ୍ଷାବୃତ୍ତି କରାଇବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ।  ଝାରସୁଗୁଡା ବସ୍‌ ଷ୍ଟାଣ୍ଡରେ ଭିକ୍ଷାବୃତ୍ତି କରୁଥିବା ସମୟରେ ସେଠାକାର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନାବାଳିକାକୁ ଉଦ୍ଧାର କରିଛନ୍ତି । ନାବାଳିକା ଜଣଙ୍କ ଯାଜପୁର ବଡ଼ଚଣା ଅଞ୍ଚଳର ଜଣାପଡିବା ପରେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ହସ୍ତାନ୍ତର କରାଯାଇଛି । ୪ବର୍ଷ ପରେ ନାବାଳିକାଙ୍କୁ ପାଇବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.