Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

କୁଆଡେ ଥିଲେ, କେମିତି ଆସିଲେ ? ଅପହରଣ ଅଭିଯୋଗର ୪ଦିନ ପରେ ରାତି ଅଧରେ ଘରେ ପହଞ୍ଚିଲେ ଯୁବ ବ୍ୟବସାୟୀ ପ୍ରଦୀପ, କିନ୍ତୁ ସସ୍‌ପେନ୍ସରେ ପଡିନି ପୂର୍ଣ୍ଣଚ୍ଛେଦ

12/11/2020 at 12:31 PM

ରାଉରକେଲା ୧୨।୧୧: ଗତ ୪ ଦିନ ଧରି ଚାଲିଥିବା ଆଶା ଓ ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପଡିଛି । ଉଦ୍ଧାର ହେଲେ ଅପହୃତ ଯୁବ ବ୍ୟବସାୟୀ ପ୍ରଦୀପ କୁଣ୍ଡୁ । ଗତକାଲି ବିଳମ୍ବିତ ରାତିରେ ରାଉରକେଲା ସିଭିନଲ୍‌ ଟାଉନସ୍ଥିତ ଘରେ ପହଞ୍ଚିଲେ  ପ୍ରଦୀପ କୁଣ୍ଡୁ । ଏନେଇ ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି । ତେବେ କେଉଁ ପରିସ୍ଥିତିରେ ଅପହରଣ ହୋଇଥିଲେ, ସେନେଇ  ତନାଘନା ଚାଲିଛି ।

ଖବର ଅନୁଯାୟୀ, ଗତ ୭ ତାରିଖ ଦିନ ବିରମିତ୍ରପୁର ଥାନା ବୀଜାବାହାଲରୁ ନିଜ କ୍ରସରରୁ କାମ ସାରି ଘରକୁ ଫେରୁଥିବା ସମୟରେ କେହି ମାଡ଼ ମାରି ଅପହରଣ କରିଥିଲେ । ଏପରିକି ତାଙ୍କ ଦେହରେ ଇଞ୍ଜେକସନ ଦେଇ ଅପହରଣ କରିନେଇଥିଲେ ଦୁର୍ବୃତ୍ତ । ପ୍ରଦୀପଙ୍କୁ ଅପହରଣ କରିବା ପରେ, ତାଙ୍କ ଗାଡ଼ିରେ ଏକ ଚିଠି ଲେଖାଥିଲା । ସେହି ଚିଠିରେ ଏକ କୋଟି ଟଙ୍କା ଦାବି କରାଯାଇଥିବା ମଧ୍ୟ ଖବର ମିଳିଥିଲା । କିନ୍ତୁ ସେହି ଏକ କୋଟି ମଗାଯିବା ଘଟଣା , କେତେ ସତ ତାହା ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ ।

ତେବେ ଘଟଣାକୁ ଗୁରୁତ ସହ ନେଇ ସୁନ୍ଦରଗଡ ପୋଲିସ ୬ଟି ଟିମ୍‌ ଗଠନ କରିଥିଲେ । ଗୋଟିଏ ଟିମ୍‌ ଜିଲ୍ଲାରେ, ଆଉ ଗୋଟିଏ ଟିମ୍‌ ଜିଲ୍ଲା ବାହାରେ ଏବଂ ଅନ୍ୟ ଟିମ୍‌ ରାଜ୍ୟ ବାହାରକୁ ଯାଇ ତଦନ୍ତ କରୁଥିଲେ ସୁଦ୍ଧା ନିଖୋଜର ୩ ଦିନ ପରେ ବି କୌଣସି ପତ୍ତାମିଳିନଥିଲା । ତେବେ ନିଖୋଜ ୪ଦିନ ବିତିଯିବା ପରେ ଗତକାଲି ବିଳମ୍ବିତରେ ରାତିରେ ପ୍ରଦୀପ ଘରେ ପହଞ୍ଚିଛନ୍ତି । କିନ୍ତୁ କିଏ ଓ କାହିଁକି ଅପହରଣ କରିଥିଲା । ସେନେଇ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ । ସେପଟେ ସୁନ୍ଦରଗଡ଼ ଏସ୍‌ପିଙ୍କ ଅନୁଯାୟୀ, ଘଟଣାରେ ଛାନ୍‌ଭିନ୍‌ ଜାରି ରହିଛି । ଖୁବଶୀଘ୍ର ସତ ସାମ୍ନାକୁ ଆସିବ ।  

   Related Posts