Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||

ଛାଡିଛି ବନ୍ୟା ହେଲେ ବଢୁଛି ଦୁର୍ଦ୍ଦଶା : କଳାହାଣ୍ଡିରେ ବନ୍ୟା ପରେ କ’ଣ ରହିଛି ସ୍ଥିତି ଜାଣନ୍ତୁ

10/08/2019 at 4:55 PM

କଳାହାଣ୍ଡି ୧୦|୮: ଛାଡ଼ିଛି ବନ୍ୟା । ହେଲେ ବଢ଼ୁଛି ଦୁର୍ଦ୍ଦଶା । ଆମେ କହୁଛୁ କଳାହାଣ୍ଡିର ବନ୍ୟା ପରର ସ୍ଥିତି ସଂପର୍କରେ । ଘର ଭାଙ୍ଗିଯାଇଛି । ଚାଷ ଜମିକୁ ଦେଖିଲେ ଆଖିରେ ଲୁହ ଆସିଯାଉଛି । ସରକାରୀ ଅପେକ୍ଷାରେ ବନ୍ୟା ପ୍ରପୀଡିତ । ସେପଟେ ବନ୍ୟା ପରର ସ୍ଥିତି ସମୀକ୍ଷା ସହ ସପ୍ତାହେ ଭିତରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରଜସ୍ବ ମନ୍ତ୍ରୀ ।

ଏ ହେଉଛି ବନ୍ୟା ପରର କଳାହାଣ୍ଡିର ସ୍ଥିତି । ଶହ ଶହ ଘର ଭାଙ୍ଗି ମାଟିରେ ମିଶିଛି ।ଅନେକ ପରିବାର ବାସଚ୍ୟୁତ ହୋଇଛନ୍ତି । କୋଉଠି ମୁଣ୍ଡ ଗୁଞ୍ଜିବେ ଗରିବ ଗୁରୁବା ?  ବିଲକୁ ତ ଚାହିଁ ହେଉନି । ଶହ ଶହ ଏକର ଚାଷ ଜମିରେ ବାଲିଚର ମାଡ଼ି ଫସଲ ଉଜୁଡ଼ିଯାଇଛି । ସରକାରୀ ସହାୟତା ଅପେକ୍ଷାରେ ସମସ୍ତେ ଚାତକ ଭଳି ଚାହିଁ ରହିଛନ୍ତି ।ବନ୍ୟା ସମୟରେ ସରକାରୀ ସହାୟତାକୁ ନେଇ ଅନେକ ଅସନ୍ତୋଷ ଜାହିର କରିଛନ୍ତି ।

ବନ୍ୟା ଛାଡ଼ିଥିଲେ ବି ଦୁର୍ଦ୍ଦଶା ଛାଡି଼ନି । ସେଇ ଭିତରେ ବି ପୁଣି ଆରମ୍ଭ ହୋଇଛି ଜୀବନ ସଂଗ୍ରାମ । ସେପଟେ ବନ୍ୟା ପରର ସ୍ଥିତି ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି । ବହୁ ସଂଖ୍ୟାରେ ମାଟି ଘର, ରାସ୍ତା, ଫସଲ ଆଦି ନଷ୍ଟ ହୋଇଥିବା ସ୍ବୀକାର କରିଛନ୍ତି ମନ୍ତ୍ରୀ । କ୍ଷୟକ୍ଷତି ରିପୋର୍ଟ ୭ ଦିନ ମଧ୍ୟରେ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ହାତୀ ନଦୀ କୂଳିଆ ବାସିନ୍ଦା ଏ ସମସ୍ୟାର ସ୍ଥାୟୀ ସମସ୍ୟାର ସମାଧାନ କରିଛନ୍ତି । ଦେଖାଯାଉ ଏମାନଙ୍କ ଦାବି କେବେ ପୂରଣ ହେଉଛି ।

   Related Posts