ବନ୍ୟା ପରେ ବି କମୁନି ଯାଜପୁର ଗୋପାଳପୁର ଗ୍ରାମବାସୀଙ୍କ ଦୁର୍ଦ୍ଦଶା, ଚାହିଁ ରହିଛନ୍ତି ସରକାରୀ ସହାୟତା

Published By : Prameya-News7 Bureau | September 04, 2020 IST

ବଡଚଣା ୦୪।୦୯:  ବନ୍ୟା ଛାଡି ଯାଇଛି ହେଲେ ବଢି ଚାଲିଛି ଗ୍ରାମବାସୀଙ୍କ ଦୁର୍ଦ୍ଦଶା। ଗ୍ରାମରେ ନା ଅଛି ଗମନାଗମନ ସୁବିଧା ନା ପିଇବାକୁ ମିଳୁଛି ସୁଦ୍ଧ ପାନୀୟ ଜଳ। ଏହି ପରି ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଳକର ଗୋପାଳପୁର ପଞ୍ଚାୟତର ଗୋପାଳପୁର  ଗ୍ରାମବାସୀ। ଗ୍ରାମବାସୀ। ଏପଟେ କରୋନା ଭୟ ଏବଂ ସେପଟରେ ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ଲୋକଙ୍କୁ ସମସ୍ୟାକୁ ଦ୍ଵିଗୁଣିତ କରିଛି। ବନ୍ୟା ଜଳ ଛାଡିବା ପରେ ବି ପ୍ରଶାସନ ପକ୍ଷରୁ ସହାୟତା ମିଳିନାହିଁ। ଲୋକେ ସରକାରୀ ସହାୟତାକୁ ଚାହିଁ ରହିଛନ୍ତି। ତେଣୁ ଗ୍ରାମରେ ଗମନା ଗମନ, ପାନୀୟ ଜଳ ଆଦି ଘୋର ସମସ୍ୟା ନେଇ  ଗ୍ରାମ ବାସୀ  ରାଜ୍ୟ ସରକାର ଜିଲ୍ଲା ପ୍ରଶାସନଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହାର ସ୍ଥାୟୀ ସମସ୍ୟା ସମାଧାନ କରିବାକୁ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.