Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିବାପରେ କେଉଁ ଦଳର ପଲା କେତେ ଭାରି ଜାଣନ୍ତୁ

11/04/2019 at 6:15 PM

ଭୁବନେଶ୍ବର୧୧|୪: ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ । ଓଡ଼ିଶାର ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ମତଦାତାମାନେ ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି । ଏଥର ପ୍ରଥମ ଥର ପାଇଁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେଉଛି ମତଦାନ । ତେବେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ପରେ, ଏଥର କେଉଁ ଦଳ କେତେ ଆଶାବାଦୀ ଆସନ୍ତୁ ଜାଣିବା ।

୧୯ ବର୍ଷ ଧରି ଓଡ଼ିଶାରେ ନିରବଚ୍ଛିନ୍ନ ଭାବେ ଶାସନ କରୁଛି ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜୁ ଜନତା ଦଳ । ଏଥର ମଧ୍ୟ ଓଡ଼ିଶାବାସୀ ପୁନର୍ବାର ବିଜେଡିକୁ ହିଁ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ସର୍ବାଧିକ ଆସନ ଜିତାଇବେ ବୋଲି ଦଳ ଦୃଢ ବିଶ୍ବାସ ରଖିଛି ।କିନ୍ତୁ ଏକଥା ମାନିବାକୁ ବିରୋଧୀ ନାରାଜ । ବିଜେଡିର ୯ ବର୍ଷର ମେଣ୍ଟସାଥୀରୁ ଏବେ ମୁଖ୍ୟ ପ୍ରତିଦ୍ବନ୍ଦୀ ପାଲଟିଥିବା ଭାରତୀୟ ଜନତା ପାର୍ଟି, ଏଥର ରାଜ୍ୟରେ ମିଶନ ୧୨୦ର ଆହ୍ବାନ ଦେଇଛି । ଦଳର କେନ୍ଦ୍ରୀୟ ନେତାଏ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି । ସେହିଭଳି, ଗୋଷ୍ଠୀ କନ୍ଦଳରେ ଆକ୍ରାନ୍ତ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ, ରାଜ୍ୟରେ ତା’ର ପୂର୍ବ ଚମକ ହରାଇଛି । ଅନେକ ପୁରୁଣା ନେତା ଏବେ ବିରୋଧୀ ଶିବୀରରେ । ଟିକେଟ ପାଇ ବି ପ୍ରାର୍ଥୀ ଅନ୍ୟ ଦଳକୁ ଡେଇଁଛନ୍ତି । ତଥାପି  କଂଗ୍ରେସ ବିଶ୍ବାସ ରଖିଛି ପ୍ରଦର୍ଶନ ଭଲ ହେବ ।

ଓଡ଼ିଶା ରାଜନୀତିରେ ଆଉ ଆଗ ଭଳି ପ୍ରଭାବ ନାହିଁ ବାମପନ୍ଥୀଙ୍କର ।୨୦୧୪ରେ କେବଳ ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଆସନ ଜିତିଥିଲେ ବାମପନ୍ଥୀ । ମାତ୍ର, ଏଥର କଂଗ୍ରେସ ସହ ନିର୍ବାଚନୀ ବୁଝାମଣା କରିଥିବା ଦୁଇ ପ୍ରମୁଖ ବାମ ଦଳ ସିପିଆଇ ଏବଂ ସିପିଏମ୍ ରାଜ୍ୟରେ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିବାର ଲକ୍ଷ୍ୟ ରଖିଛନ୍ତି । ଏହି ଆସନ ବୁଝାମଣା ଅନୁଯାୟୀ, ଭୁବନେଶ୍ବର ଲୋକସଭା ଆସନ ସମେତ ୫ଟି ବିଧାନସଭା ଆସନରେ ସିପିଏମ୍  ପ୍ରାର୍ଥୀ ଦେଉଛି । ସେହିଭଳି,ସିପିଆଇ ଆସ୍କା ଲୋକସଭା ଆସନ ସହ ତିନୋଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇଛି ।

ରାଜ୍ୟରେ ଆହୁରି ୩ଟି ପର୍ଯ୍ୟାୟରେ ୧୭ଟି ଲୋକସଭା ଓ ୧୧୯ଟି ବିଧାନସଭା ଆସନ ପାଇଁ ହେବ ମତଦାନ । ତେବେ, ଗତ ଦୁଇ ଦଶନ୍ଧି ଧରି ଓଡ଼ିଶାରେ ବିଜୁ ଜନତା ଦଳର ଆଧିପତ୍ୟକୁ ଏଥର ଅନ୍ୟ ଦଳଗୁଡ଼ିକ କିଭଳି ପ୍ରତିହତ କରିପାରୁଛନ୍ତି ତାହାହିଁ ମୁଖ୍ୟ ପ୍ରସଙ୍ଗ ।

   Related Posts