କିଛି ସମୟ ପରେ ରାଷ୍ଟ୍ରୀୟ ସମ୍ମାନର ସହ ହେବ ସୁଷମା ସ୍ବରାଜଙ୍କ ଶେଷକୃତ୍ୟ

Published By : Prameya-News7 Bureau | August 07, 2019 IST

ନୂଆଦିଲ୍ଲୀ ୭|୮: ଆଉ କିଛି ସମୟ ପରେ ଲୋଧି ରୋଡ୍ ସ୍ଥିତ ଶବଦାହ ଗୃହରେ ରାଜକୀୟ ସମ୍ମାନର ସହ ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଅନ୍ତିମ ସଂସ୍କାର କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜନାଥ ସିଂହ, ଲାଲକୃଷ୍ଣ ଆଡଭାନୀ, ଭେଙ୍କୟା ନାଇଡୁ ଉପସ୍ଥିତ ଅଛନ୍ତି ।

ଗତକାଲି ରାତିରେ ଦେଶର ବରିଷ୍ଠ ରାଜନେତା ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ  ସୁଷମା ସ୍ବରାଜଙ୍କ ୬୭ ବର୍ଷ ବୟସରେ ଦେହାନ୍ତ ହୋଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପାର୍ଥିବ ଶରୀର ବିଜେପି ମୁଖ୍ୟାଳୟକୁ ଅଣାଯାଇ ଅନ୍ତିମ ଦର୍ଶନ ପାଇଁ ରଖାଯାଇଥିଲା । ପାର୍ଟିର କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସୁଷମାଙ୍କ ଏପରି ହଠାତ୍ ଅକାଳ ବିୟୋଗ ରାଜନୈତିକ ମହଲକୁ ସ୍ତବ୍ଧ କରିଦେଇଛି । ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ରାତିରେ ଦିଲ୍ଲୀ ଏମ୍ସରୁ ସୁଷମାଙ୍କ ମରଶରୀରକୁ ତାଙ୍କର ଦିଲ୍ଲୀ ସ୍ଥିତ ବାସଭବନକୁ ନିଆଯାଇଥିଲା । ଏହାପରେ ତାଙ୍କର ଦିଲ୍ଲୀ ସ୍ଥିତ ବାସଭବନରେ ତାଙ୍କର ଶେଷ ଦର୍ଶନ କରିଥିଲେ ବିଭିନ୍ନ ବର୍ଗର ଲୋକ । ବହୁ ରାଜନେତା ସୁଷମାଙ୍କ ଆତ୍ମାର ସଦଗତି କାମନା କରିଥିଲେ ।

ଅନେକ ନିଜର ରାଜନୈତିକ ଜୀବନରେ ସୁଷମାଙ୍କ ସହ ରହିଥିବା ମଧୁର ସଂପର୍କକୁ ମନେ ପକାଇଥିଲେ । ଜଣେ ସୁଯୋଗ୍ୟ ନେତ୍ରୀଙ୍କୁ ହରାଇଛି ସାରା ଦେଶ । ନିଜ ପ୍ରିୟ ନେତ୍ରୀଙ୍କୁ ହରାଇବା ପରେ ବିଜେପି ଶିବିରରେ ମଧ୍ୟ ଶୋକର ଛାୟା ଖେଳିଯାଇଛି । ବୈଦେଶିକ ମନ୍ତ୍ରୀ ଥିବା ବେଳେ ନିଜର କାର୍ଯ୍ୟଦକ୍ଷତା ପାଇଁ ବେଶ ପ୍ରଂଶସା ସାଉଁଟିଥିବା ସୁଷମାଙ୍କ ଦେହାନ୍ତ ଖବର ଶୁଣି ସାଧାରଣ ଲୋକ ମଧ୍ୟ ବେଶ ଭାଙ୍ଗି ପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.