Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ବିଶ୍ବକପ୍‌ ପାଇଁ କ୍ୟାପ୍‌ଟେନଙ୍କୁ ଇମ୍ରାନ ଖାନଙ୍କ ଗୁରୁମନ୍ତ୍ର, ଭାରତ ସହ ମହାମୁକାବିଲା ପୂର୍ବରୁ ଖୁଲାସା କଲେ ବାବର ଆଜମ୍‌

23/10/2021 at 4:14 PM

ନୂଆଦିଲ୍ଲୀ ୨୩/୧୦: ଟି-୨୦ ବିଶ୍ବକପ୍‌ରେ ରବିବାର ସାମ୍ନାସାମ୍ନି ହେବେ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଏବଂ ପାକିସ୍ତାନ । ଏହାର ଠିକ୍‌ ୨୪ ଘଣ୍ଟା ପୂର୍ବରୁ ପାକିସ୍ତାନ ନିଜର ପ୍ଲେଇଂ ଇଲେଭେନ୍‌ ଘୋଷଣା କରିଛନ୍ତି। କିନ୍ତୁ ଏଥର ଟି-୨୦ ବିଶ୍ବକପ୍‌ ମାହୋଲ ବିଲକୁଲ ଅଲଗା ଥିବା ବେଳେ ପାକ୍‌ ଅଧିନାୟକଙ୍କୁ ଗୁରୁମନ୍ତ୍ର ଦେଇ ପଠାଇଛନ୍ତି ପୂର୍ବତନ କ୍ରିକେଟର ତଥା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଏନେଇ ପାକ୍‌ ଟିମ୍‌ ଅଧିନାୟକ ବାବର ଆଜମ୍‌ ଖୁଲାସା କରିଛନ୍ତି।

ବାବରଙ୍କୁ ନିଜର ଅନୁଭୂତି ସମ୍ପର୍କରେ କହି ଭାରତ ସହ ମୁକାବିଲା କରିବା ପାଇଁ ଇମ୍ରାନ୍‌ ପଠାଇଛନ୍ତି । ଭାରତ ସହିତ ଖେଳିବା ପୂର୍ବରୁ ସାମ୍ବାଦିକ ସମ୍ମଳନୀରେ ବାବର ଆଜମ ଏନେଇ କହିଛନ୍ତି। ୟୁଏଇ ଯିବା ପୂର୍ବରୁ ଇମ୍ରାନ୍‌ ଖାନଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ସେହି ସମୟରେ ୧୯୯୨ ଦିନିକିଆ ବିଶ୍ବକପ୍‌ ବିଜେତା ଟିମ୍‌ର ଅଧିନାୟକ ଇମ୍ରାନ୍‌ ତାଙ୍କୁ ନିଜର ଅନୁଭବ କହିଥିଲେ । ଏହା ବ୍ୟତୀତ ବାବର ଆଜମ୍‌ ଅନେକ ପ୍ରଶ୍ନର ଜବାବ ମଧ୍ୟ ଦେଇଛନ୍ତି ।

ପ୍ରଶ୍ନ-୧ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ସବୁ ବେଳେ ମୁସ୍କିଲ ହୋଇଥାଏ। ଜିତିବାକୁ ହେଲେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଭଲ କରିବାକୁ ହେବ। ଏନେଇ ଆପଣ କଣ ଗୋଲ୍‌ ସେଟ୍‌ କରିଛନ୍ତି ?

ବାବର ଆଜମ- ଇଣ୍ଡିଆ-ପାକିସ୍ତାନ ମ୍ୟାଚ୍‌ ଇଂନଟ୍ରେଷ୍ଟିଂ ହୋଇଥାଏ। ଆପଣ ରିଲାକ୍ସ ହୋଇପାରିବେ ନାହିଁ। ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ ମଧ୍ୟ ଭଲ କରିବାକୁ ହେବ। ତିନୋଟି କ୍ଷେତ୍ରରେ ଭଲ କଲେ ହିଁ ମ୍ୟାଚ୍‌ ଜିତିହେବ।

ପ୍ରଶ୍ନ-୨ ମ୍ୟାଚ୍‌ ପୂର୍ବରୁ ପାକ୍‌ ଟିମ୍‌ର ଅଧିନାୟକ ଭାବେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କିଛି ମେସେଜ୍‌ ଦେଇଛନ୍ତି କି ?

ବାବର ଆଜମ- ସେମିତି କିଛି ମେସେଜ୍‌ ନାହିଁ। ଆସିବ ପୂର୍ବରୁ ତାଙ୍କ ସହ ସାକ୍ଷାତ ହୋଇଥିଲା। ସେ ନିଜର ଅନୁଭୂତି ଶେୟାର କରିଥିଲେ।

ପ୍ରଶ୍ନ-୩ ଭାରତ ସବୁବେଳେ ଆପଣଙ୍କୁ ବିଶ୍ବକପ୍‌ରେ ହରାଇଛି, ଏଥର କଣ କିଛି ଅଲଗା ହେବ କି ?

ବାବର ଆଜମ- ଯାହା ଚାଲିଯାଇଛି ତାହା ଉପରେ ଧ୍ୟାନ କେନ୍ଦ୍ରୀତ କରିବା ଉଚିତ ନୁ​‌ହେଁ। ଶତ ପ୍ରତିଶତ ପ୍ରଚେଷ୍ଟା କରିବୁ । ଆମ ପାଖରେ ଯାହା ବି ଶକ୍ତି, ସାମର୍ଥ୍ୟ ରହିଛି ଲଗାଇ ଭଲ ଖେଳିବାକୁ ଚେଷ୍ଟା କରିବୁ ।  

   Related Posts