Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||

ଏହି ବଲିଉଡ ଅଭିନେତ୍ରୀମାନେ କ୍ୟାରିଅର ପାଇଁ ନିଜ ପ୍ରଥମ ପ୍ରେମିକକୁ ଦେଇଛନ୍ତି ଧୋକା

18/03/2019 at 12:30 PM

ମୁମ୍ୱାଇ୧୮|୩: ଆଜିକାଲି ପ୍ରେମ ହେବା ଏକ ସାଧାରଣ କଥା। ପ୍ରେମ କୌଣସି ସ୍ଥାନରେ, କାହା ସହ କାହାର ବି ହୋଇପାରେ। ବଲିଉଡରେ କିଛି ଜଣଙ୍କ ଜୀବନରେ ଋତୁ ବଦଳିବା ଭଳି ପ୍ରେମ ବଦଳିଯାଏ । ତେବେ ପ୍ରେମ ଓ ପ୍ରତାରଣାର ଚର୍ଚ୍ଚା କେବଳ ଯେ ସିନେମା ଜଗତରେ ହୁଏ ତାହା ଭୁଲ । ଏହା ରିଅଲ ଲାଇଫରେ ମଧ୍ୟ ହୁଏ। ସାଧାରଣତଃ ସିନେମା ଜଗତରେ ବିଭିନ୍ନ ଯୋଡିଙ୍କ ବିଷୟରେ କିଛି ନା କିଛି ନୂଆ ଶୁଣିବାକୁ ମିଳିଥାଏ। ଫିଲ୍ମ ଇଣ୍ଡଷ୍ଟ୍ରିରେ ଏହା ଏକ ସାମାନ୍ୟ ଘଟଣା । ତେବେ ଜାଣନ୍ତୁ ଏହି ବଲିଉଡ ଅଭିନେତ୍ରୀଙ୍କ ବିଷୟରେ ଯିଏ କ୍ୟାରିଅର ପାଇଁ ନିଜ ପ୍ରେମିକଙ୍କୁ ଛାଡିଥିଲେ।  
୧. ଆଲିୟା ଭଟ୍ଟ: ଏବେ ବଲିଉଡର ସବୁଠୁ ହିଟ୍‌ ଓ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଆଲିୟା। ଖୁବ୍‌ କମ ସମୟରେ ଆଲିୟା ବେଶ ପ୍ରତିଷ୍ଠିତ ହୋଇଛନ୍ତି। ବଲିଉଡରେ ପାଦ ଦେଉ ଦେଉ ସେ ତାଙ୍କ ଅଭିନୟରୁ ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ବଲିଉଡରେ ପାଦ ଦେବା ପୂର୍ବରୁ ଆଲିୟା ନିଜ ପିଲାବେଳର ସାଙ୍ଗ ଅଲୀ ଦଦରକରଙ୍କୁ ଡେଟ କରୁଥିଲେ। କିନ୍ତୁ କ୍ୟାରିଅର ପାଇଁ ସେ ତାଙ୍କ ପ୍ରେମିକଙ୍କ ସହ ବ୍ରେକଅପ କରିଥିଲେ।
୨. ଦୀପିକା ପାଦୁକୋଣ: ଦୀପିକା ଏମିତି ଜଣେ ଅଭିନେତ୍ରୀ ଯିଏ ବଲିଉଡରେ ସବୁଠୁ ଅଧିକ ସଫଳ ହେବା ସହ ଅଧିକ ଆୟ ମଧ୍ୟ କରୁଛନ୍ତି। ଦୀପିକା ଲଗାତାର ବଲିଉଡକୁ ସୁପରହିଟ ଫିଲ୍ମ ଦେଇଛନ୍ତି। ଗତ ବର୍ଷ ସେ ବଲିଉଡର ସୁପରହିଟ୍‌ ଅଭିନେତା ରଣବୀର ସିଂଙ୍କୁ ବିବାହ କରିଛନ୍ତି। ବଲିଉଡରେ ନିଜ କ୍ୟାରିଅର ଆରମ୍ଭ କରିବା ପୂର୍ବରୁ ଦୀପିକା ନିହାର ପାଣ୍ଡ୍ୟାଙ୍କ ସହ ଲିଭଇନ ରିଲେସନଶିପରେ ଥିଲେ। ବଲିଉଡରେ ଜଣେ ସଫଳ ଅଭିନେତ୍ରୀ ହେବା ପରେ ସେ ନିହାର ପାଣ୍ଡ୍ୟାଙ୍କଠୁ ଦୂରେଇଥିଲେ।
୩. ସୋନମ କପୁର: ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସୋନମ। ଅଧିକାଂଶ ସମୟରେ ସୋନମ ନିଜ ପରିଧାନ ଶୈଳୀ ପାଇଁ ଚର୍ଚ୍ଚାରେ ଥାନ୍ତି। ଷ୍ଟାଇଲିସ ଡିଭା ନାଁରେ ମଧ୍ୟ ସୋନମ ପରିଚିତ। ବଲିଉଡରେ ପାଦ ଦେବା ପୂର୍ବରୁ ସୋନମ ସାହିର ବେରୀଙ୍କ ସହ ରିଲେସନଶିପରେ ଥିଲେ। କିନ୍ତୁ ପ୍ରେମଠୁ ଅଧିକ ସୋନମ ତାଙ୍କ କ୍ୟାରିଅରକୁ ପସନ୍ଦ କରୁଥିଲେ। ବଲିଉଡରେ ଅଧିକ ପ୍ରତିଷ୍ଠା ଲାଭ କରିବା ପାଇଁ ସେ ତାଙ୍କ ପ୍ରେମିକଙ୍କ ସହ ବ୍ରେକଅପ କରିଥିଲେ।
୪. ଶ୍ରଦ୍ଧା କପୁର: ଶ୍ରଦ୍ଧା କପୁର ନିଜ ପରିଶ୍ରମ ଦ୍ୱାରା ବଲିଉଡରେ ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି। ସିନେମା ଜଗତରେ କାମ କରିଲା ପରେ ସେ ତାଙ୍କ ପ୍ରେମିକଙ୍କଠୁ ଅଲଗା ହୋଇଥିଲେ। ବଲିଉଡରେ ପାଦ ଦେବା ପୂର୍ବରୁ ଶ୍ରଦ୍ଧା ବନରାଜ ଝୱେରିଙ୍କୁ ଡେଟ କରୁଥିଲେ। ପିଲ୍ମି ଜଗତରେ ପାଦ ଦେଲା ପରେ ସେ ବନରାଜଙ୍କୁ ଛାଡିଥିଲେ।

   Related Posts