ପୁରୀ ଏମାର, ଲଗୁଂଳି ଓ ବଡ଼ଆଖଡ଼ା ମଠ ଉଛେଦ ପରେ ଏବେ କାହାର ପାଳି ଜାଣନ୍ତୁ…

Published By : Prameya-News7 Bureau | September 11, 2019 IST

ପୁରୀ୧୧|୯: ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଏମାର, ଲଗୁଂଳି ଓ ବଡ଼ଆଖଡ଼ା ମଠ ଉଛେଦ ପରେ ଏବେ ଅନ୍ୟ ଅସୁରକ୍ଷିତ ମଠ ଉଛେଦ ନେଇ ପ୍ରକାଶ ପାଇଛି ତତ୍ପରତା। ଗତକାଲି ମଙ୍ଗୁ ମଠର ମାପଚୁପ ଶେଷ କରିଛି ପୌରସଂସ୍ଥା ଓ ପୂର୍ତ୍ତବିଭାଗ। ୭୫ ମିଟର ପରିସୀମା ମଧ୍ୟରେ ଏହି ପୁରାତନ ନାନକପନ୍ଥୀ ମଠ ସହ ରାଧାବଲ୍ଲବୀ ଓ ସାନଛତା ମଠ ମଧ୍ୟ ଆସିଛି।

{"id":156341}

ରାଧାବଲ୍ଲବ ମଠର ସମ୍ମୁଖ କିଛି ଅଂଶ ମଧ୍ୟ ଭଙ୍ଗାଯିବ ବୋଲି ପ୍ରଶାସନ ମଠର ମହନ୍ତ ରାମକୃଷ୍ଣ ଦାସଙ୍କୁ ଜଣାଇ ଦେଇଛନ୍ତି। ରାମାନନ୍ଦୀ ସଂପ୍ରଦାୟର ସାନଛତା ମଠ ମଧ୍ୟ ୭୫ ମିଟର ପରିସୀମା ଆସୁଥିବାରୁ ଏହାକୁ ଉଛେଦ କରିବା ପାଇଁ ପ୍ରଶାସନ ମଠ ମହନ୍ତଙ୍କ ସହ ଆଲୋଚନା କରିଛନ୍ତି। ଏହି ସାନଛତା ମଠ ସଂପୁର୍ଣ୍ଣ ନୂତନ ଭାବେ ନିର୍ମାଣ ହୋଇଥିବାରୁ ଏହା ଅସୁରକ୍ଷିତ ନୁହେଁ।

{"id":156342}

ସେହିପରି ଏହି ମଠଟି କେବଳ ନିଜସ୍ବ ସ୍ଥାନରେ ନିର୍ମାଣ ହୋଇଥିବାରୁ ଆବଶ୍ୟକ କ୍ଷତିପୂରଣ ସହ ଏହାକୁ ଉଛେଦ କରାଯିବା ପାଇଁ ସହମତି ନିଆଯାଇଛି। ସପ୍ତଦଶ ଶତାଦ୍ଦୀରେ ପ୍ରତିଷ୍ଠା ହୋଇଥିବା ଏହି ମଠର ମାପଚୁପ ସରିଥିଲେ ମଧ୍ୟ ଏହାକୁ ପ୍ରଶାସନ ବିକଳ୍ପ ସ୍ଥାନ ଦେବା ପରେ ଉଛେଦ ହେବ ବୋଲି ସୂଚନା ମିଳିଛି।

{"id":156343}

ତେବେ ପ୍ରଥମେ ମଙ୍ଗୁ ମଠର ଅସୁରକ୍ଷିତ ଥିବା ଦୋକାନ ଘର ଓ କୋଠାକୁ ପ୍ରଥମେ ଭାଙ୍ଗିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି।

{"id":156345}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.