ଆନମନା କରିଛି ବର୍ଷା
2/08/2018 at 4:28 PM

ଅସହ୍ୟ ତାତି ଆଉ ଗରମ ପରେ ସମସ୍ତଙ୍କର ଅପେକ୍ଷା ଥାଏ କେତେବେଳ ଆକାଶରୁ ଖସିବ ଶୀତଳତାର ଟୋପା ସବୁ । ବର୍ଷାରେ ପ୍ରକୃତିର ରୂପ ସତରେ ଅବର୍ଣ୍ଣନୀୟ । ଆକାଶରେ ଭସା ମେଘ, ସବୁଜିମାରେ ଭରିଥାଏ ଚାରିପାଖ । ମନଲୋଭା ଦୃଶ୍ୟରେ ସତରେ ଆନମନା ହୋଇଯାଆନ୍ତି କୋରାପୁଟବାସୀ ଏବଂ ପର୍ଯ୍ୟଟକ । ବର୍ଷା ଆସିଛି । ମାଟି ଜୀବନ ପାଇଛି । ଫୁଲ ବି ହସୁଛି । ମନ ଆନନ୍ଦରେ ଗୀତ ଗାଉଛି ଚାଷୀ । କୋରାପୁଟର ସୁଉଚ୍ଚ ପାହାଡ଼ ସବୁଜିମାରେ ଭରିଯାଇଛି । ଆକାଶରେ ଭସା ବାଦଲ । ରିମ୍ ଝିମ୍ ଶଦ୍ଦ କରି ବେଳେ ବେଳେ ଅଜାଡ଼ି ବି ହୋଇଯାଇଛି । ସତରେ ପ୍ରକୃତିର ରୂପ ଇର୍ଷଣୀୟ । ମୌସୁମୀ ଆଗମନରେ କୋରାପୁଟିଆଙ୍କ ଖୁସି କହିଲେ ନସରେ । ସେପଟେ ପ୍ରକୃତିର ମନଲୋଭା ଦୃଶ୍ୟକୁ ଉପଭୋଗ କରିବାକୁ ଲାଗିଛି ପର୍ଯ୍ୟଟକଙ୍କ ଭିଡ଼
Related Posts
ଚଳନ୍ତା କାର୍ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
26 January 2021
STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
26 January 2021