Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ମଦପିଇ ମାତାଲ ହେବା ପରେ ସଂପର୍କ ଭୁଲି ଗଲେ: ମାମୁଁକୁ ଗୁଳି କଲା ଭଣଜା

6/03/2020 at 1:01 PM

ମଥୁରା୬/୩: ସାଙ୍ଗ ହେଇ ମାମୁଁ ଓ ଭଣଜା ମଦ ପିଇବା ହେଲା କାଳ। ମାମୁଁକୁ ଗୁଳି କରି ହତ୍ୟା କଲା ଭଣଜା। ଘଟଣା ଘଟିବା ପୂର୍ବରୁ ଦୁଇଜଣ ପ୍ରବଳ ମଦ ପିଇଥିଲେ। ଏହା ପରେ ଦୁଇଜଣଙ୍କ ଭିତରେ ଆରମ୍ଭ ହୋଇଥିଲା ଝଗଡ଼ା। ହତ୍ୟା ସଂପର୍କରେ ସୂଚନା ମିଳିବା ପରେ ପୁଲିସ୍‌ ଓ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶବ ଉଦ୍ଧାର ହେବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। କିନ୍ତୁ ଅନ୍ୟପଟେ ମାମୁଁ ହନ୍ତା ଭଜଣା କୁଆଡ଼େ ଫେରାର ହୋଇ ଯାଇଛି।

ସୂଚନାଯୋଗ୍ୟ ଯେ, ମଥୁରା ଜିଲ୍ଲାର ସ୍ବାମୀଘାଟ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପୋଲିସ୍‌ର କହିବା ମୁତାବକ, ଥାନା ହାଇଓ୍ବେ ପାଲିଖେଣ୍ଡା ନିବାସୀ ରାମ ଓରଫ ରାମୁ ପାରାଶର ତାଙ୍କ ଭଉଣୀ ଘରକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ଭଣଜା​‌ ସତୀଶ ସହ ବସି ବୁଲିବା ବାହାନରେ ତା ସହ ବସି ମଦ ପିଇଥିଲେ। ମଦ ନିଶାରେ କୌଣସି ଏକ କଥାକୁ ଉଭୟ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା।

ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ଯୁକ୍ତି ତୀବ୍ର ହୋଇଥିଲା। ଅଭିଯୁକ୍ତ ଭଣଜା ରାଗରେ ବନ୍ଧୁକ ବାହାର କରି ମାମୁଁଙ୍କୁ ଗୁଳି କରିଥିଲା।  ଗୁଳି ଫୁଟିବା ଶବ୍ଦ ଆଖପାଖରେ ଖେଳି ଯାଇଥିଲା। ମୃତକଙ୍କ ଭାଇ ଦିନେଶ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ୍‌ ତଦନ୍ତ ଆରମ୍ଭ କରିଥିଲା। ଶେଷରେ ମାମୁଁ ହନ୍ତା ଭଣଜାକୁ ପୋଲିସ୍‌ ଗିରଫ କରିଥିଲା।

   Related Posts