Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଡିଏମକେ ଜିତିବା ପରେ ଜିଭ କାଟି ମନ୍ଦିରରେ ବଳି ଚଢାଇଲେ ମହିଳା, ପୁରା କଲେ ମାନସିକ

3/05/2021 at 4:05 PM

ଚେନ୍ନାଇ ୦୩।୦୫: ମାନସିକ ପୂରଣ ପାଇଁ ଲୋକେ କେତେ କଣ ନାହିଁ କରନ୍ତି। କିଏ ମନ୍ଦିରରେ ନଡିଆ ଚଢାଏ ତ କିଏ ଚଣ୍ଡି ମନ୍ଦିରରେ ପଶୁ ବଳି ଦିଏ। ଆଉ କିଏ ଦାନ ଦକ୍ଷିଣା କରେ। କିନ୍ତୁ ନିର୍ବାଚନରେ ନିଜ ପାର୍ଟି ଜିତିଲେ ଜିଭ ବଳି ଦେବା ଖବର ନିଶ୍ଚିତ ଭାବେ ଆପଣଙ୍କୁ ଅଡୁଆ ଲାଗି ଥାଇପାରେ। କିନ୍ତୁ ଏମିତି ଘଟଣା ଘଟିଛି ତାମିଲନାଡୁରେ। ରାଜ୍ୟ ବିଧାନସଭା ନିର୍ବାଚନରେ ଦ୍ରାବିଡ୍ ମୁନେତ୍ର କଡଗମ(ଡିଏମକେ)ର ବିଜୟ ପରେ ନିଜର ପ୍ରତିଶ୍ରୁତି ପୂରଣ ପାଇଁ ଜଣେ ମହିଳା ମନ୍ଦିରରେ ନିଜର ଜିଭ ଅର୍ପଣ କରିଛନ୍ତି। ୩୨ ବର୍ଷୀୟା ମହିଳା ବନିତା ୨୦୨୧ ବିଧାନସଭା ନିର୍ବାଚନରେ ଡିଏମକେ ଜିତିଲେ ଈଶ୍ଵରଙ୍କଠାରେ ବଳିଦାନ ଭାବେ ନିଜର ଜିଭ କାଟିବାକୁ ସଂକଳ୍ପ ନେଇଥିଲେ।

ଡିଏମକେ ନିର୍ବାଚନରେ ଜିତିବା ପରେ ବନିତା ସୋମବାର ସକାଳେ ମୁଥଲମ୍ମନ ମନ୍ଦିର ପହଞ୍ଚିଥିଲେ। ନିଜ ଜିଭ କାଟି ମନ୍ଦିରର ଦେବତାଙ୍କୁ ଅର୍ପଣ କରିବାକୁ ପ୍ରୟାସ କରିଥିଲେ। ମାତ୍ର ପୂଜାସ୍ଥଳରେ କରୋନା ଗାଇଡ୍‌ଲାଇନ୍‌ କାରଣରୁ ବନିତା ମନ୍ଦିରର ଦ୍ଵାରରେ କଟା ଜିବକୁ ଛାଡି ଦେଇଥିଲେ। ଏହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା।

ସୂଚନାଯୋଗ୍ୟ, ଏକ ଦଶନ୍ଧି ଧରି ବିରୋଧୀ ଆସନରେ ବସିବା ପରେ ଡିଏମକେ ତାମିଲନାଡୁ ବିଧାନସଭା ନିର୍ବାଚନରେ ଚିର ପ୍ରତିଦ୍ଵନ୍ଦ୍ଵୀ ଏଆଇଏଡିଏମକେ ବିରୋଧରେ ବାଜିମାତ୍ କରିଛି। ଏମକେ ଷ୍ଟାଲିନଙ୍କ ନେତୃତ୍ଵରେ ଡିଏମକେ ସ୍ପଷ୍ଟ ବହୁମତ ସହ ବିଜୟ ହାସଲ କରିଛି। ଡିଏମକେ ନେତୃତ୍ଵାଧୀନ ମେଣ୍ଟ ୧୫୧ ସିଟ୍‌ରେ ବିଜୟ ହାସଲ କରିଛି। ତାମିଲନାଡୁର ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ଏମକେ ଷ୍ଟାଲିନ୍ ମେ ୭ରେ ଶପଥ ଗ୍ରହଣ କରିବେ।

   Related Posts