ସୈଫ ଅଲି ଖାନଙ୍କୁ ଛାଡପତ୍ର ଦେବା ପରେ ଅମୃତା ସିଂ ମାଗିଥିଲେ ଏତେ ଟଙ୍କା, କିସ୍ତିରେ ଦେଇଥିଲେ ଅଭିନେତା

Published By : Prameya-News7 Bureau | June 16, 2021 IST

ନୂଆଦିଲ୍ଲୀ ୧୬/୦୬: ସୈଫ ଅଲି ଖାନ ତାଙ୍କ ଫିଲ୍ମ ପାଇଁ ଯେତେ ଚର୍ଚ୍ଚାରେ ରହିଛନ୍ତି, ତାହାଠାରୁ ଅଧିକ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ରହିଛନ୍ତି । ଅମୃତା ସିଂଙ୍କ ସହ ତାଙ୍କର ପ୍ରେମ ଏବଂ ଗୁପ୍ତ ବିବାହ କେବଳ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିନଥିଲା। ବରଂ ପୁଅ ସୈଫଙ୍କ ଅମୃତାଙ୍କ ବିବାହ ନିଷ୍ପତ୍ତିରେ ପଟୌଦି ପରିବାର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।କିନ୍ତୁ ଏହି ବିବାହ ଅଧିକ ଦିନ ତିଷ୍ଠି ରହିପାରି ନଥିଲା, ଦୁଇ ସନ୍ତାନ ଜନ୍ମ ହେବା ପରେ ଅମୃତା ଏବଂ ସୈଫଙ୍କ ଯୋଡି ଭାଙ୍ଗି ଯାଇଥିଲା । ଯେତେବେଳେ ସୈଫ ଅଲି ଖାନଙ୍କ ପ୍ରଥମ ବିବାହ ଭାଙ୍ଗିଗଲା, ଅନେକ ପ୍ରକାରର ଖବର ବାହାରିଥିଲା । ୨୦୦୪ ମସିହାରେ, ଟଙ୍କାକୁ ନେଇ ବିବାଦ ଏବଂ ସୈଫଙ୍କ ଏକ୍ସଟ୍ରା ମାରିଟାଲ୍ ଆଫେୟାର୍ ହେତୁ ଉଭୟଙ୍କ ଛାଡପତ୍ର ହୋଇ ଯାଇଥିଲା।

{"width":645,"height":485}

ଯେତେବେଳେ ସୈଫ ଅଲି ଖାନ ଅମୃତା ସିଂଙ୍କଠାରୁ ଅଲଗା ହୋଇଥିଲେ, ଏଥିପାଇଁ ତାଙ୍କୁ ବହୁ ପରିମାଣର ଅର୍ଥ ଦେବାକୁ ପଡିଥିଲା। ସୈଫ ଏହି ରାଶି କିସ୍ତିରେ ଦେଇଥିଲେ। ଥରେ ସୈଫ ଅମୃତାଙ୍କ ଅଭିଯୋଗ ବିଷୟରେ କହିଥିଲେ ଯେ, 'ମୋତେ ଅମୃତାଙ୍କୁ ୫ କୋଟି ଟଙ୍କା ଦେବାର ଥିଲା। ଯେଉଁଥିରୁ ମୁଁ ୨.୫ କୋଟି ଦେଇଥିଲି । ଏହା ବ୍ୟତୀତ ମୁଁ ପ୍ରତି ମାସରେ ଏକ ଲକ୍ଷ ଟଙ୍କା ଦେଉଥିଲି । କିନ୍ତୁ ଏକ ସମୟରେ ମୋର ଅବସ୍ଥା ଅଧିକ ଖରାପ ହୋଇଯାଇଥିଲା, ତେଣୁ ମୁଁ ଅମୃତାଙ୍କୁ କହିଲି ଯେ ମୁଁ ଶାହାରୁଖ ଖାନ ନୁହେଁ । ମୋ ପାଖରେ ଏତେ ଟଙ୍କା ନାହିଁ। '

ଉଭୟଙ୍କ ଛାଡପତ୍ର ପରେ ମଧ୍ୟ ଖବର ଆସିଥିଲା ​​ଯେ ଅମୃତା ସୈଫଙ୍କୁ ପିଲାମାନଙ୍କୁ ଭେଟିବାକୁ ଦେଉନଥିଲେ। ସୈଫ କହିଥିଲେ, 'ମୋର ପୁଅ ଇବ୍ରାହିମର ଫଟୋ ସବୁବେଳେ ମୋ ପାଖରେ ଥିଲା। ଯେତେବେଳେ ମୁଁ ତାର ଫଟୋ ଦେଖୁଥିଲି ମୁଁ କାନ୍ଦୁଥିଲି । ମୋତେ ମୋ ପିଲାମାନଙ୍କୁ ଭେଟିବାକୁ ଅନୁମତି ଦିଆଯାଉନଥିଲା ।

{"width":649,"height":527}

୨୦୦୪ ମସିହାରେ ସୈଫ ଅଲି ଖାନ ଏବଂ ଅମୃତା ସିଂଙ୍କ ଛାଡପତ୍ର ହୋଇଥିଲା। ଉଭୟଙ୍କ ବିବାହ ୧୩ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା, କିନ୍ତୁ ଯେତେବେଳେ ଏହି ବିବାହ ଭାଙ୍ଗିଗଲା, ସମସ୍ତେ ପ୍ରକୃତରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହା ପରେ ସୈଫ ୨୦୧୨ ରେ କରୀନା କପୁରଙ୍କୁ ବିବାହ କରିଥିଲେ। କରୀନାଙ୍କୁ ବିବାହ କରିବା ପରେ ମଧ୍ୟ ସୈଫ ପ୍ରଥମ ପତ୍ନୀଙ୍କଠାରୁ ପିଲାମାନଙ୍କର ଖୁବ୍ ଯତ୍ନ ନିଅନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.