ଧୋନୀଙ୍କ ପରେ ଶ୍ରୀସନ୍ଥ କିଣିଲେ ଦାମୀ କାର, କ୍ରିକେଟ୍ ପ୍ରଶଂସକ ଦେଲେ ଫନି କମେଣ୍ଟସ
11/10/2019 at 4:40 PM

ନୂଆଦିଲ୍ଲୀ୧୧|୧୦: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଦ୍ରୁତଗାମୀ ବୋଲର ଶ୍ରୀସନ୍ଥ ନୂଆ ଦାମୀ କାର କିଣିଛନ୍ତି। ନୂଆ ଗାଡ଼ିର ଫଟୋକୁ ଶ୍ରୀସନ୍ଥ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଗାଡି ଫଟୋରେ ଗଡ୍ସ ଓ୍ବନ ନ୍ୟୁ ମେସିନ(God’s Own New Mechine) ସେ ଲେଖିଛନନ୍ତି। ଶ୍ରୀସନ୍ଥ କିଣିଥିବା ଗାଡ଼ିର ବଜାର ମୂଲ୍ୟ ପାଖାପାଖି ଦେଢ଼ କୋଟି ଟଙ୍କା ହେବ। କିଛିଦିନ ପୂର୍ବରୁ ଭାରତୀୟ କ୍ରିକେଟର ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ଏହି ଦାମୀ ଗାଡ଼ି କିଣିଥିଲେ। ଏହି ରେଞ୍ଜ ରୋଭର ସ୍ପୋର୍ଟସ ମଡେଲ କାରକୁ ଶ୍ରୀସନ୍ଥ ଓ ଧୋନୀ କିଣିଛନ୍ତି।
ଶ୍ରୀସନ୍ଥଙ୍କ ନୂଆ ଗାଡ଼ି କିଣିବାକୁ ନେଇ କ୍ରିକେଟ ପ୍ରଶଂସକ ସୋସିଆଲ ମିଡିଆରେ ଧୂମ ମଜା କରିଛନ୍ତି। କିଏ କିଏ ଶ୍ରୀସନ୍ଥଙ୍କୁ ଶୁଭେଚ୍ଛା ଜଣାଉଥିବା ବେଳେ ଆଉ କିଏ କିଏ ଆଇପିଏଲ ଟଙ୍କା ଗାଡ଼ି କିଣିଥିବା କଥା କମେଣ୍ଟରେ ଲେଖିଛନ୍ତି।
ଆଇପିଏଲ ମ୍ୟାଚରେ ଧୋନୀ ଓ ଶ୍ରୀସନ୍ଥଙ୍କ ମଧ୍ୟରେ କ୍ରିକେଟ ମୈଦାନରେ ଲଢ଼େଇ ଦେଖିବାକୁ ମିଳିଥାଏ। ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଚେନ୍ନାଇ ସୁପର କିଙ୍ଗସ୍ ସବୁଠୁ ଖରାପ ଟିମ ବୋଲି ଶ୍ରୀସନ୍ଥ କିଛିଦିନ ତଳେ କହିଥିଲେ। ସୂଚନାଯୋଗ୍ୟ ଯେ, କିଛି ବର୍ଷ ତଳେ ମ୍ୟାଚ ଫିକ୍ସିଂ ମାମଲାରେ ଶ୍ରୀସନ୍ଥ ଛନ୍ଦି ହୋଇଥିଲେ।