ନୋଟ ବନ୍ଦୀ ପରେ ଏବେ ହେବ ସୁନାବନ୍ଦୀ: ଖୁବ ଶୀଘ୍ର ଆସିବ ମୋଦି ସରକାରଙ୍କ ନୂଆ ଗୋଲ୍ଡ ଏମନେଷ୍ଟି ସ୍କିମ, କାହା ପାଖରେ କେତେ ସୁନା ରହିଛି ଦେବାକୁ ହେବ ହିସାବ

Published By : Prameya-News7 Bureau | October 31, 2019 IST

ନୂଆଦିଲ୍ଲୀ୩୧|୧୦: କଳାଧନ ବିରୋଧରେ ପୁଣି ମୋଦି ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ନୋଟ ବନ୍ଦୀ ହେବା ପରେ ଅଧିକାଂଶ ଲୋକ ସରକାର ମାଧ୍ୟମରେ ସେମାନଙ୍କ କଳାଧନ ଘୋଷଣା କରିଥିଲେ। ଅଧିକାଂଶ ଲୋକ ସୁନା କିଣିବାରେ କଳାଧନକୁ ନିବେଶ କରିଥିଲେ। ଏହା ବିରୋଧରେ କେନ୍ଦ୍ର  ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଇନକମ୍‌ ଡିକ୍ଳାରେସନ ସ୍କିମ୍(Income Declaration Scheme) ର ସଫଳତା ପରେ ସରକାର ଗୋଲ୍ଡ ଏମନେଷ୍ଟି ସ୍କିମ୍(Gold Amnesty Scheme) ଆରମ୍ଭ କରିବାକୁ ଯାଉଛି।

ସୂଚନାଯୋଗ୍ୟ ଯେ କଳାଧନକୁ ସୁନା କିଣିବାରେ ନିବେଶ କରିଥିବା ବ୍ୟକ୍ତିଙ୍କ ପାଇଁ ମୋଦି ସରକାର ଏକ ସ୍ବତନ୍ତ୍ର ସ୍କିମର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ସ୍କିମ୍‌ରେ ଯେଉଁ ବ୍ୟକ୍ତିଙ୍କ ପାଖରେ ସୁନା ଅଳଙ୍କାର ରହିଛି ତାହାର ହିସାବ ଦେବେ। ଏଥିସହ ବିନା ପ୍ରମାଣପତ୍ର ବା ବିଲରେ କିଣିଥିବା ସୁନାର ହିସାବ ମଧ୍ୟ ଦେବାକୁ ହେବ।  ଏହି ଏମନେଷ୍ଟି ସ୍କିମ୍‌ରେ ସୁନାର ରି-ଭେଲ୍ୟୁସେନ ବା ପୂନଃ ମୂଲ୍ୟାଙ୍କନ କରାଯିବ।

ତେବେ ଅଧିକ ସୁନା ଅଳଙ୍କାର ରଖିଥିବା ବ୍ୟକ୍ତି ଏହି ଯୋଜନାରେ ସେମାନେ ନିଜର ସବୁ ସୁନା ଅଳଙ୍କାରର ହିସାବ ଦେବାକୁ ହେବ।  ସୂଚନା ଅନୁସାରେ ସରକାର ଏହି ନିୟମ ନିର୍ଦ୍ଧିଷ୍ଟ ସମୟ ପାଇଁ ଚାଲିବ। ଏହି ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ସୁନା ଅଳଙ୍କାରର ହିସାବ ସରକାରକୁ ଦେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.