ଆମେଠି ପରେ ଏବେ ରାୟବରେଲି ଉପରେ ବିଜେପିର ନଜର, ୨୦୨୨ରେ ସବୁ ବିଧାନସଭା ଆସନରେ ଜିତିବା ଲକ୍ଷ୍ୟ

Published By : Prameya-News7 Bureau | January 15, 2021 IST

ଲକ୍ଷ୍ନୌ ୧୫।୧: ୨୦୧୯ରେ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧି ଏବଂ କଂଗ୍ରେସ ଦଳର ପାରମ୍ପରିକ ଆସନ ଆମେଠିରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଭାରତୀୟ ଜନତା ପାର୍ଟିର ନେତ୍ରୀ ସ୍ମୃତି ଇରାନୀ ରାହୁଲ ଗାନ୍ଧିଙ୍କୁ ଏହି ଆସନରୁ ପରାଜୟର ସ୍ବାଦ ଚଖାଇଥିଲେ । ଆମେଠି ପରେ ଏବେ ବିଜେପିର ନଜର ସୋନିଆ ଗାନ୍ଧିଙ୍କ ଆସନ ତଥା କଂଗ୍ରେସର ଗଢ ଭାବେ ପରିଚିତ ରାୟବରେଲି ଉପରେ ରହିଛି । ବିଜେପିର ବରିଷ୍ଠ ନେତାମାନଙ୍କ ଅନୁସାରେ, ରାୟବରେଲିରୋ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରାୟାସ ଜାରି ରହିଛି । ଲୋକଙ୍କ ସହ ସଂପର୍କ ବଢାଇବାକୁ କାର୍ଯ୍ୟକ୍ରମକୁ ଆଗକୁ ବଢାଯାଇଛି । ଆସନ୍ତା ମାସରେ କେନ୍ଦ୍ରମନ୍ତ୍ରୀ ଏବଂ ବରିଷ୍ଠ ନେତାମାନେ ନିର୍ବାଚନମଣ୍ଡଳୀ ଗସ୍ତ କରିବାର ଆଶା କରାଯାଉଛି ।

ଉତ୍ତରପ୍ରଦେଶ ବିଜେପିର ଉପାଧ୍ୟକ୍ଷ ବିଜୟ ପାଠକ କହିଛନ୍ତି, ରାୟବରେଲି ବିଜେପି ପାଇଁ ମହତ୍ତ୍ବପୂର୍ଣ୍ଣ । ଦଳ ଲୋକଙ୍କ ପାଇଁ ୨୪ ଘଣ୍ଟିଆ କାମ କରୁଛି । ବିଜେପି ସେହି ଆସନରେ କାମ କରେ ଯେଉଁଠାରେ ସେ ହାରିଥାଏ । ଆମେ ୨୦୧୪ ଏବଂ ୨୦୧୯ ନିର୍ବାଚନ ପରେ ଏମିତି କରିଛୁ । ୨୦୧୯ରେ ଲୋକସଭା ନିର୍ବାଚନରେ ଆମେ ଆମେଠୀ ସିଟ୍ ରେ ବିଜୟୀ ହୋଇଛୁ । ଆମେ ଆସନ୍ତା ନିର୍ବାଚନରେ ରାୟବରେଲୀ ଆସନ ନିଶ୍ଚୟ ଜିତିବୁ ।

ରାୟବରେଲୀ ବିଜେପି ଅଧ୍ୟକ୍ଷ ରାମଦେବ ପାଲ କହିଛନ୍ତି, ଆମେ ମୋଦି ଏବଂ ଯୋଗୀ ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖକୁ ନେଉଛୁ । କଂଗ୍ରେସ ୨୦୧୯ରେ ନିର୍ବାଚନରେ ରାୟବରେଲୀ ଆସନରେ ବିଜୟୀ ହୋଇଛି କିନ୍ତୁ ଭୋଟ୍ ବ୍.ବଧାନ କମିଯାଇଛି । ବିଜେପି ରାୟବରେଲୀରେ ୨୦୨୨ରେ ବିଧାନସଭା ନିର୍ବାଚନରେ ସମସ୍ତ ବିଧାନସଭା ଆସନରେ ବିଜୟୀ ହେବା ପାଇଁ ବାଧ୍ୟ, ଏବଂ ନିଶ୍ଚିତ ଭାବେ ୨୦୨୪ ନିର୍ବାଚନରେ ଲୋକସଭା ଆସନରେ ଜିତି ପାରିବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.