ନୂଆଦିଲ୍ଲୀ୧୬|୭: ୨୦୧୯ ବିଶ୍ବକପ ଫାଇନାଲ ମ୍ୟାଚ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳ ହୋଇଥିଲା। ଏହି ଫାଇନାଲ ମ୍ୟାଚଟି କ୍ରିକେଟ ଜଗତରେ ଇତିହାସ ରଚିଲା। ଉଭୟ ଟିମ ପଡ଼ିଆରେ କେହି, କାହାକୁ ଛାଡ଼ିବାକୁ ପ୍ରସ୍ତୁତ ନଥିଲେ। ଶେଷରେ ବାଉଣ୍ଡ୍ରି ଆଧାରରେ ଆଇସିସି ଇଂଲଣ୍ଡ ଟିମକୁ ବିଶ୍ବକପ ବିଜେତା ଘୋଷଣା କରିଥିଲା।
{"id":134360}ନ୍ୟୁଜିଲାଣ୍ଡ ଟିମକୁ ଯେଉଁଭଳି ଭାବେ ପରାଜୟ ଟିମ ଭାବେ ଘୋଷଣା କରାଗଲା ଅତି ଦୁର୍ଭାଗ୍ୟଜନକ ବୋଲି କ୍ରିକେଟପ୍ରମୀ କହିଛନ୍ତି। ଆଇସିସିର ଏହି ନିୟମକୁ କଳାକାର, କ୍ରିକେଟପ୍ରେମୀ ଓ ଅନ୍ୟଦେଶର ଖେଳାଳୀ ତୀବ୍ର ସମାଲୋଚନା କରିଛନ୍ତି। ଇଂଲଣ୍ଡ ବିଜୟକୁ ଅତି ସହଜରେ ପୂର୍ବତନ କ୍ରିକେଟରମାନେ ଗ୍ରହଣ କରିପାରୁ ନାହାନ୍ତି। ଆଇସିସିର ଏହି ନୀୟମ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
{"id":134368,"width":582,"height":420}ବଲିଉଡର ବରିଷ୍ଠ ଅଭିନେତା ବିଗ୍ ବି ଅମିତାଭ ବଚ୍ଚନ ଟ୍ବିଇଟ୍ କରି ଲେଖିଛନ୍ତି “ ମୋ ପାଖରେ ୨୦୦୦ ହଜାର ଟଙ୍କା ଆଛି, ଆପଣ ପାଖରେ ୨୦୦୦ ହଜାର ଟଙ୍କା ଅଛି, ମୋ ପାଖରେ ୫୦୦ ଟଙ୍କିଆ ୪ ଟି, ଆପଣ ପାଖରେ ୨୦୦୦ ହଜାର ଟଙ୍କିଆ ଖଣ୍ଡେ, ତାହେଲେ କିଏ ଧନୀ ?” ଆଇସିସି ନିୟମନୁଯାୟୀ ଯାହା ପାଖରେ ୫୦୦ ଟଙ୍କିଆ ୪ ଟି ନୋଟ ଅଛି ସେ ଧନୀ । ବଚ୍ଚନ ଏହିଭଳି ଟ୍ବିଇଟକରି ଆଇସିସିର ନିୟମକୁ ସମାଲୋଚନା କରିଛନ୍ତି।