ପାଟକୁରା ନିର୍ବାଚନ ହାରିବାପରେ ବିଜୟ ମହାପାତ୍ର ଏବେ କରିବେ କଣ? ତାଙ୍କ ରାଜନୀତିର ଗତି କୁଆଡେ ଜାଣନ୍ତୁ…

Published By : Prameya-News7 Bureau | July 24, 2019 IST

ଭୁବନେଶ୍ବର୨୪|୭: ପୁଣି ଅଧୁରା ରହିଗଲା ବିଜୟ ମହାପାତ୍ରଙ୍କ ବିଧାନସଭା ଏଣ୍ଟ୍ରି ସ୍ବପ୍ନ । ୨୦୦୦ ମସିହାରୁ ବିଜୟ ମହାପାତ୍ରଙ୍କ ବିଧାନସଭାରେ ଏଣ୍ଟ୍ରି କରିବା ସ୍ବପ୍ନ ଅଧାହିଁ ରହିଯାଇଛି। ପ୍ରଶ୍ନ ଉଠୁଛି ବିଜୟ ଏବେ ରାଜନୀତିର କେଉଁ ପନ୍ଥା ଆପଣାଇବେ।

{"id":137017}

ବିଜୁଙ୍କ ଆଶୀର୍ବାଦରୁ ଲଗାତର ୪ ଥର ଜିତିଥିଲେ। ଆଉ ନବୀନଙ୍କ କୋପରୁ ଲଗାତର ୪ ଥର ହାରିଲେଣି। ବିଜୟ ମହାପାତ୍ରଙ୍କଠାରୁ ବିଧାନସଭା ରହିଲାଗଲା ୧୭ ହଜାର ୯ଶହ ୨୦ଭୋଟ୍‌।

{"id":137018}

ଯେଉଁମାନେ ବିଜୟଙ୍କ ପାଇଁ ଲମ୍ଫ ପ୍ରଦାନ କରିଥିଲେ ସେମାନେ ଏବେ ନିରାଶ, ନମ୍ବର ଗେମ୍‌ରେ ୧ ବିଧାୟକ ବୃଦ୍ଧି କରିବାକୁ ଥିବା ବିଜେପି ନିରାଶ ଆଉ ବିଜୟ ବି ରାଜନୀତିର ସନ୍ଦିହାନ ଚାରିଛକକୁ ଚାଲିଆସିଛନ୍ତି।

{"id":137019}

 ବିଜେଡିର ତମାମ ବଡନେତା, ଡଜନେ ମନ୍ତ୍ରୀ ଏବଂ ୫୦ରୁ ଅଧିକ ବିଧାୟକ ଯେଉଁଭଳି ରଣକ୍ଷେତ୍ର ସଜାଇଥିଲେ ସେଥିରେ ସେଥିରେ ସେମାନେ ସଫଳ ହେଲେ, ପରାଜୟ ବରଣ କଲେ ବିଜୟ ।

{"id":137020}

ପ୍ରଶ୍ନ ଉଠୁଛି ବିଜୟ କରିବେ କଣ । କଣ ତାଙ୍କ ରାଜନୈତିକ ଭବିଷ୍ୟତ ଉପରେ ପ୍ରଶ୍ନ ଚିହ୍ନ ଲାଗିଯିବ । କଣ ବିଜୟ ମହାପାତ୍ର ରାଜନୀତିରୁ ସନ୍ୟାସ ନେବେ । ନା ଶେଷରକ୍ତବିନ୍ଦୁ ପର୍ଯ୍ୟନ୍ତ ଲଢିବେ ।  ଏଭଳି ଅନେକ ପ୍ରଶ୍ନ ଏବେ ବିଜୟ ପ୍ରେମୀଙ୍କ ମନରେ ଉଙ୍କି ମାରିଲାଣି ।

{"id":137021}

କଣ ବିଜେପି ତାଙ୍କୁ କେଉଁପଦରେ ଥଇଥାନ କରିବ । ରାଜ୍ୟସଭା ପଠାଇବା ଲାଗି ବିଜେପି ଅଙ୍କ କଷିବ କି?। ତାଙ୍କୁ ପୁଣି ଠିଆ କରାଇବାକୁ ଚେଷ୍ଟା କରିବ?  

{"id":137022}

ବିଜୟ ମହାପାତ୍ର ଯେଉଁ ମିଜାଜର ନେତା ସେ ବିଜେପିରେ ପୁଣି ରହିବେ ନା ପୁଣି ଅସନ୍ତୋଷ ବ୍ୟକ୍ତ କରି ଦଳରୁ ଅଲଗା ହେବେ ପ୍ରଶ୍ନ ବି ଉଠିବା ସ୍ବାଭାବିକ । ଏଭଳି ହେଲେ ବିଜୟ କରିବେ କଣ ।

{"id":137023}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.