Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଡ୍ରଗ୍ସ ଜାଲରେ ବଲିଉଡ ଅଭିନେତ୍ରୀ: ଦୀପିକାଙ୍କ ପରେ ସାମ୍ନାକୁ ଆସିଲା ଦୀୟା ମିର୍ଜାଙ୍କ ନାମ, ଏନସିବି କରିବ ଜେରା

22/09/2020 at 6:40 PM

ମୁମ୍ବାଇ ୨୨।୦୯: ସୁଶାନ୍ତ ସିଂହ ରାଜପୁତ କେସ୍‌ରେ ଡ୍ରଗ୍ସ କନେକ୍ସନ ମାମଲା ଆସିବା ପରଠୁ ଅନେକ ଅଭିନେତ୍ରୀଙ୍କ ନାମ ସାମ୍ନାକୁ ଆସିବାରେ ଲାଗିଛି। ଜଣେ ପରେ ଜଣେ ଅଭିନେତ୍ରୀ ଡ୍ରଗ୍ସ ସେବନ କରୁଥିବା ମାମଲାର ଖୁଲାସା ହୋଇ ସାରିଛି। ଏହା ମଧ୍ୟରେ ଡ୍ରଗ୍ସ ମାମଲାରେ ଏନସିବିର ରାଡାରରେ ଦୀୟା ମିର୍ଜାଙ୍କ ନାମ ଥିବା ଖବର ସାମ୍ନାକୁ ଆସିଛି। ତାଙ୍କୁ ଜେରା ପାଇଁ ଡକାଯାଇପାରେ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ମଙ୍ଗଳବାର ଡ୍ରଗ୍ସ କନେକ୍ସନ ଯାଞ୍ଚ ସମୟରେ ଏନସିବି ୪୦ ବର୍ଷୀୟ ଦୀୟାଙ୍କ ବିଷୟରେ ଜାଣିବାକୁ ପାଇଥିଲା। ଏହା ପୂର୍ବରୁ ଏହି କେସ୍‌ରେ ସାରା ଅଲି ଖାନ, ଦୀପିକା ପାଦୁକନ, ଶ୍ରଦ୍ଧା କପୁର ଓ ନମ୍ରତା ଶିରୋଡକରଙ୍କ ପରେ ଏବେ ଦୀୟାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ଏନସିବି ତାଙ୍କୁ ପଚରାଉଚୁରା ପାଇଁ ଶୀଘ୍ର ନୋଟିସ୍ ଜାରି କରିପାରେ।

ଏନସିବି ସୂତ୍ର ଅନୁଯାୟୀ, ଗିରଫ ହୋଇଥିବା ଡ୍ରଗ୍ସ ମାଫିଆ ଅନୁଜ କେଶଓ୍ଵାନୀ ଓ ଅଙ୍କୁଶଙ୍କୁ ଜେରା ବେଳେ ଏହି ଅଭିନେତ୍ରୀଙ୍କ ନାମ ଖୁଲାସା ହୋଇଛି। ଦୀୟାଙ୍କ ମ୍ୟାନେଜର ଡ୍ରଗ୍ସ ତାଙ୍କ ପର୍ଯ୍ୟନ୍ତ ପହଞ୍ଚାଉଥିଲେ। ୨୦୧୯ରେ ଦୀୟାଙ୍କ ପାଇଁ କିଣାଯାଇଥିବା ଡ୍ରଗ୍ସର ବଳିଷ୍ଠ ପ୍ରମାଣ ଏନସିବି ହାତରେ ଲାଗିଛି। ତାଙ୍କ ମ୍ୟାନେଜର ଡ୍ରଗ୍ସ ମାଫିଆଙ୍କ ସହ ଦୁଇ ଥର ମିଟିଂ କରିଥିବା ମଧ୍ୟ ଜଣା ପଡିଛି। ଏଥିପାଇଁ ଆଗାମୀ ସମୟରେ ଅଭିନେତ୍ରୀଙ୍କ ମ୍ୟାନେଜରଙ୍କୁ ପ୍ରଥମେ ଜେରା ପାଇଁ ଡକାଯାଇପାରେ। ଏହା ପରେ ଦୀୟାଙ୍କୁ ଏନସିବିର ସାମ୍ନା କରିବାକୁ ପଡିପାରେ।

   Related Posts