Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଶାହିନବାଗ ଆନ୍ଦୋଳନରେ ଶିଶୁ ମୃତ୍ୟୁର ସ୍ୱତଃସଜ୍ଞାନ ନେଲେ ସୁପ୍ରିମକୋର୍ଟ, ଫେବୃଆରୀ ୧୦ରେ ଶୁଣାଣି

7/02/2020 at 9:36 PM

ନୂଆଦିଲ୍ଲୀ ୭।୨: ଶାହିନବାଗ ଆନ୍ଦୋଳନରେ ଏକ ଶିଶୁର ମୃତ୍ୟୁ ପ୍ରସଙ୍ଗରେ ଏଭଳି ଧାରଣା ଓ ବିକ୍ଷୋଭ ସ୍ଥଳକୁ ଅଭିଭାବକ ସେମାନଙ୍କ ପିଲା ଅଥବା ଶିଶୁଙ୍କୁ ଆଣିବା ଉପରେ କଟକଣା ଲାଗି ସର୍ବୋଚ୍ଚନ୍ୟାୟାଳୟ ନିଜ ଆଡୁ ପଦକ୍ଷେପ ଗ୍ରହଣ କରିଛନ୍ତି । ଏ ନେଇ ସୁପ୍ରିମକୋର୍ଟଙ୍କ ୱେବ୍ ସାଇଟ୍‌ରେ ଶୁକ୍ରବାର ସୂଚନା ଦିଆଯାଇଥିବା ବେଳେ ମୁଖ୍ୟବିଚାରପତି ଜଷ୍ଟିସ ଏସ.ଏ.ବୋବଡେଙ୍କ ଅଧ୍ୟକ୍ଷତାରେ ଫେବୃଆରୀ ୧୦ ତାରିଖ ଦିନ ପ୍ରସଙ୍ଗରେ ଶୁଣାଣି ହେବ ବୋଲି ଜଣାପଡିଛି।

ସୂଚନା ଯୋଗ୍ୟ ଯେ ନିକଟରେ ୧୨ ବର୍ଷ ବୟସ୍କ ଜଣେ ଜାତୀୟ ବୀରତା ପୁରସ୍କାର ବିଜେତା ଭାରତର ମୁଖ୍ୟ ବିଚାରପତିଙ୍କୁ ଏହି ମର୍ମରେ ଏକ ପତ୍ର ଲେଖିଥିଲେ। ଏଥିରେ ସେ ଏଭଳି ଧାରଣା ଓ ବିକ୍ଷୋଭ ସ୍ଥଳକୁ ଶିଶୁ ବା ପିଲାଙ୍କୁ ଆଣିବା ‘କ୍ରୁରତା’ ବୋଲି ଉଲ୍ଲେଖ କରିବା ସହ ଏଭଳି ସ୍ଥଳକୁ ପିଲାଙ୍କୁ ନ ଆଣିବା ଲାଗି କଟକଣା ଜାରି କରିବା ଲାଗି ମୁଖ୍ୟ ନ୍ୟାୟାଧୀଶଙ୍କୁ ନିବେଦନ କରିଛନ୍ତି ।

ଉଲ୍ଲେଖ ଯୋଗ୍ୟଯେ ଶାହିନ ବାଗରୁ ଗତ ଜାନୁୟାରୀ ୩୦ ତାରିଖ ଦିନ ଘରକୁ ଫେରିବା ପରେ ଶୋଇଥିବା ବେଳେ ଏକ ୪ ମାସ ଶିଶୁର ମୃତ୍ୟୁ ହୋଇଥିଲା। ସେ ନିୟମିତ  ତାର ଅଭିଭାବକଙ୍କ ସହ ଶାହିନ ବାଗ ବିରୋଧ ସ୍ଥଳକୁ ଯାଉଥିଲା।  ଦିଲ୍ଲୀ ଶାହିନ ବାଗ୍ ଅଞ୍ଚଳରେ ଗତ ୫୫ ଦିନ ହେଲା ନାଗରିକ ସଂଶୋଧିତ ଆଇନକୁ ବିରୋଧ କରାଯାଉଛି। ସେଠାକୁ ବହୁ ସଂଖ୍ୟାରେ ମହିଳା ଯାଉଥିବା ବେଳେ ସେମାନଙ୍କ ଶିଶୁ ଓ ପିଲାମାନେ ମଧ୍ୟ ଯାଉଛନ୍ତି।

ସେପଟେ ଶାହିନ ବାଗ ବିରୋଧକୁ ନେଇ ସୁପ୍ରିମକୋର୍ଟରେ ରୁଜୁ ଜନସ୍ୱାର୍ଥ ମାମଲାର ଶୁଣାଣି ଶୁକ୍ରବାର ଟଳିଛି। କୋର୍ଟ ମାମଲାର ଶୁଣାଣିକୁ ସୋମବାର ଧାର୍ଯ୍ୟ କରିଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି କୋର୍ଟ ଏହି ପଦେକ୍ଷେପ ନେଇଥିବା କହିଛନ୍ତି। ଏଣୁ ସୋମବାର ଶାହିନବାଗ ସହ ସୁ୍ପ୍ରିମକୋର୍ଟରେ ବିକ୍ଷଭ ସ୍ଥଳର ଶିଶୁଙ୍କ ସମ୍ପର୍କରେ ମୁଖ୍ୟ ନ୍ୟାୟାଧୀଶଙ୍କ ଶୁଣାଣି ହେବ। ଏଣୁ ଏହା ଉପରେ ଏବେ ସାରା ଦେଶର ନଜର ଅଟକିଛି।  

   Related Posts