କରୋନାରେ ଚାଲିଗଲେ ବାପା: ଏବେ ଫୁଟପାଥରେ ସାର୍ଟ ବିକ୍ରିକରି ଘର ଚଳାଉଛି ମାହି

Published By : Prameya-News7 Bureau | June 21, 2021 IST

ଉତ୍ତରପ୍ରଦେଶ ୨୧/୦୬: କରୋନା ଯୋଗୁଁ କେବଳ ଲକ୍ଷ ଲକ୍ଷ ଘର ନଷ୍ଟ ହୋଇଯାଇନାହିଁ ବରଂ ଅନେକ ଲୋକ ରାସ୍ତାକୁ ଆସିଯାଇଛନ୍ତି। କେବଳ ଏତିକି ନୁହେଁ, କରୋନା ଯୋଗୁଁ ବାପା-ମାଙ୍କ ଛାୟା ଅନେକ ପିଲାଙ୍କ ମୁଣ୍ଡରୁ ଉଠିଯାଇଛି ଏବଂ ଛୋଟ କାନ୍ଧରେ ପୁରା ପରିବାର କିମ୍ବା ଭାଇଭଉଣୀଙ୍କ ଦାୟିତ୍ୱର ଭାର ଆସିଯାଇଛି । ଠିକ୍ ସେମିତି ଉତ୍ତରପ୍ରଦେଶର ବାସିନ୍ଦା ମାହିଙ୍କ ସହ ଏହିପରି କିଛି ଘଟଣା ଘଟିଛି।

{"width":679,"height":356}
PunjabKesari

ଖରନୀ ବାଗ ଅଞ୍ଚଳର ସଦର ବଜାରରେ ରହୁଥିବା ୪୫ ବର୍ଷୀୟ ପ୍ରଦୀପ କୁମାର କରୋନାରେ ପୀଡିତ ଥିଲେ, ଏହି କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ବିୟୋଗ ପରେ ପରିବାରର ଦାୟିତ୍ୱ ଷଷ୍ଠ  ଶ୍ରେଣୀରେ ପଢୁଥିବା ୧୦ ବର୍ଷର ଝିଅ ମାହିଙ୍କ କାନ୍ଧରେ ପଡିଛି।

ମାହିଙ୍କ ବାପା ସାର୍ଟ ତିଆରି କରି ଦୋକାନୀମାନଙ୍କୁ ବିକ୍ରି କରୁଥିଲେ, ଏବେ ମାହି ରାସ୍ତା କଡ଼ରେ ତାଙ୍କ ବାପାଙ୍କ ଦ୍ୱାରା ପ୍ରସ୍ତୁତ ସାର୍ଟ ବିକ୍ରି କରି ରୋଜଗାର କରୁଛନ୍ତି । କାରିଗରମାନେ ଘରେ ସ୍ଥାପିତ ୪ ଟି ସିଲେଇ ମେସିନରେ କାମ କରୁଥିଲେ, କିନ୍ତୁ ପ୍ରଦୀପଙ୍କ ମୃତ୍ୟୁ ପରେ ସେମାନେ ମଧ୍ୟ ଆସିବା ବନ୍ଦ କରିଦେଇଛନ୍ତି । ମାହି କହିଛନ୍ତି ଯେ ତାଙ୍କ ବାପାଙ୍କ ମୃତ୍ୟୁ ପରେ ଘରେ ଖାଇବାକୁ ଦାନା ମଧ୍ୟ ନଥିଲା ଏବଂ ତାଙ୍କର ୭୦ ବର୍ଷ ବୟସ୍କ ଜେଜେ ମଧ୍ୟ ଅସୁସ୍ଥ ଅଛନ୍ତି। ଘରେ ଜଣେ ବୃଦ୍ଧ ଜେଜେମା ଏବଂ ମା ଅଛନ୍ତି, ତେଣୁ ସେ ନିଜେ ରାସ୍ତାରେ ତାଙ୍କ ବାପାଙ୍କ ଦ୍ୱାରା ପ୍ରସ୍ତୁତ ସାର୍ଟ ବିକ୍ରି କରିବା ଆରମ୍ଭ କରିଛନ୍ତି ।

ତେବେ ଏ ବିଷୟରେ ସୂଚନା ପାଇବା ପରେ ଡିଏମ୍ ଇନ୍ଦର କୁମାର ସିଂ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଝିଅକୁ ମାସକୁ ୪ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ସରକାର ପ୍ରଦାନ କରିବେ। ଏହି ରାଶି ତାଙ୍କ ମାଙ୍କୁ ଦିଆଯିବ । ଏହା ବ୍ୟତୀତ ବିଦ୍ୟୁତ୍ ବିଲ୍ ମଧ୍ୟ ସେମାନଙ୍କୁ ଛାଡି ଦିଆଯାଇଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.