ବିଦ୍ୟୁତ ବିଭ୍ରାଟ ନେଇ ତେଜିଲେ ଗ୍ରାମବାସୀ, ବିଦ୍ୟୁତ କର୍ମଚାରୀଙ୍କୁ ଅଟକ ରଖି ରାସ୍ତାରୋକ

Published By : Prameya-News7 Bureau | May 29, 2021 IST

ନୀଳଗିରି ୨୯/୫ : ବାତ୍ୟା ୟାସର ତିନି ଦିନ ପରେ ବି କ୍ଷତିଗ୍ରସ୍ତଙ୍କୁ ଦିଆଯାଇପାରୁନି ବିଦ୍ୟୁତ ସଂଯୋଗ । ମରାମତିରେ ବିଳମ୍ବ ଯୋଗୁଁ ବିଦ୍ୟୁତ ସେବାରୁ ବଂଚିତ ଥିବା ଗ୍ରାମବାସୀ । ଏଥିରେ ଉତକ୍ଷୀପର୍ତ ହୋଇ ଗ୍ରାମବାସୀମାନେ ରାସ୍ତାରୋକ କରିଛନ୍ତି । ନୀଳଗିରି ମିତ୍ରପୁର ମୟୁରଭଞ୍ଜକୁ ସଂଯୋଗ କରୁଥିବ ରାସ୍ତା କଲ୍ୟାଣି ଛକ ଠାରେ ତୈଲାସାହି ଗ୍ରାମବାସୀ ମାନେ ବିଦ୍ୟୁତ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ।

wp:gallery {"ids":[458592],"linkTo":"none"} /wp:gallery

ରାସ୍ତା ଉପରେ ଗଛ ଡାଳ ପକାଇ ମହିଳାମାନେ ଗରା ଓ ବାଲଟି ଧରି ପ୍ରତିବାଦ କରିଛନ୍ତି । ରାଜ୍ୟ ସରକାର ବାତ୍ୟା ପରେ ଯୁଦ୍ଧ କାଳୀନ ଭିତ୍ତିରେ ୨୪ ଘଣ୍ଟା ଭିତରେ ୮୦ ପ୍ରତିଶତ ବିଦ୍ୟୁତ ସଂଯୋଗ କରିବା ନିର୍ଦେଶ ଦେଇଥିବା ବେଳେ ନୀଳଗିରି ମିତ୍ରପୁର ଅଂଚଳରେ ଏହାର ବିଚ୍ୟୁତି ନେଇ ଅଂଚଳରେ ଅସନ୍ତୋଷ ବୃଦ୍ଧି ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.