କଟକ ପରେ ଏବେ ସମ୍ବଲପୁରରୁ ନକଲି ଗୋଦାମ ଠାବ, ଜବତ ହେଲା ୨୫୦୦୦ ପ୍ୟାକେଟ୍ ନକଲି ସର୍ଫ ଏକ୍ସେଲ
16/01/2021 at 7:34 PM

ସମ୍ବଲପୁର ୧୬।୦୧: ରାଜ୍ୟରେ ସଂପ୍ରତି ନକଲି ସାମଗ୍ରୀ ପ୍ରସ୍ତୁତି ବଢିବାରେ ଲାଗିଛି। ସେହି ପରି ନକଲି ଗୋଦାମ ଉପରେ ମଧ୍ୟ ପ୍ରଶାସନର ଚଢାଉ ଜାରି ରହିଛି। ନିକଟରେ କଟକ ନକଲି ସାମଗ୍ରୀ ପ୍ରସ୍ତୁତିରେ ସମସ୍ତ ସୀମା ଲଙ୍ଘିଛି। ଏବେ ସମ୍ବଲପୁରରେ ନକଲି ଡିଟର୍ଜେଣ୍ଟ ଗୋଦାମ ଉପରେ ଚଢାଉ। ସମ୍ବଲପୁର ଅଇଁଠାପାଲି ପୋଲିସବରେଇପାଲି ନୂଆପଡା ସ୍ଥିତ ନକଲି କାରଖାନା ଉପରେ ଚଢାଉ କରି ପାଖାପାଖି ୨୫୦୦୦ ପ୍ୟାକେଟ୍ ସର୍ଫ ଜବତ କରିଛି।

ସମ୍ବଲପୁର ପୋଲିସ ନକଲି ସର୍ଫ ତିଆରି କରୁଥିବା ଆଶିଷ ଅଗ୍ରଓ୍ବାଲଙ୍କ ଠାରୁ ୨୩୯ ବ୍ୟାଗ୍ ଜବତ କରିଛି। ଗୋଟିଏ ବ୍ୟାଗ୍ ଟେଷ୍ଟ ପରେ ନକଲି ହେବାରୁ ବାକି ସବୁ ୨୩୯ ବ୍ୟାଗକୁ ଟେଷ୍ଟ ପାଇଁ ପଠାଇବ ପୋଲିସ। ହିନ୍ଦୁସ୍ଥାନ ଲିବରର ସର୍ଫ ଏକ୍ସେଲ ବ୍ରାଣ୍ଡିଂର ପ୍ୟାକେଜିଂ କରି ସର୍ଫ ବିକ୍ରି କରାଯାଉଥିଲା। ଜବତ ସବୁ ପେକେଟରୁ ସର୍ଫ ଏକ୍ସେଲର ବ୍ରାଣ୍ଡିଂ କରାଯାଇଛି। ଘଟଣାସ୍ଥଳରେ ଅତିରିକ୍ତ ଏସପି, ଅଇଁଠାପାଲି ଥାନା ଅଧିକାରି, ଖେତରାଜପୁର ଥାନା ଅଧିକାରୀ ଉପସ୍ଥିତ ଅଛନ୍ତି।
