କରୋନା କାରଣରୁ କ୍ରିକେଟ୍‌ରେ ହେଲା ବଡ ପରିବର୍ତ୍ତନ: ବଦଳ ଖେଳାଳିଙ୍କୁ ମଞ୍ଜୁରୀ, ବଲ୍‌ରେ ଛେପ ବ୍ୟବହାର ଉପରେ ଲାଗିଲା ବ୍ୟାନ୍

Published By : Prameya-News7 Bureau | June 09, 2020 IST

ନୂଆଦିଲ୍ଲୀ ୦୯।୦୬: କ୍ରୀଡା ଜଗତ ଉପରେ ମଧ୍ୟ କରୋନାର ବଡ ପ୍ରଭାବ ପଡିଛି। ଏବେ ଧୀରେ ଧୀରେ ପୁଣି ଥରେ କ୍ରିକେଟ୍ ଖେଳ ଆରମ୍ଭ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। କରୋନାକୁ ଦୃଷ୍ଟିରେ ରଖି ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଉଛି। ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ICC) ମଙ୍ଗଳବାର ବଡ ନିଷ୍ପତ୍ତି ନେଇ ଟେଷ୍ଟ କ୍ରିକେଟ୍‌ରେ ଖେଳାଳିଙ୍କ ବଦଳ ଖେଳାଳିଙ୍କ ବ୍ୟବହାରକୁ ଅନୁମତି ଦେଇଛି। ଏହା ବ୍ୟତୀତ ବଲ୍ ଉପରେ ଛେପର ବ୍ୟବହାର ଉପରେ ଅସ୍ଥାୟୀ ଭାବେ ପ୍ରତିବନ୍ଧକ ଲଗାଯାଇଛି।

ଆଇସିସି ପକ୍ଷରୁ ଜାରି ବୟାନ ଅନୁଯାୟୀ, ଟେଷ୍ଟ କ୍ରିକେଟ୍‌ରେ ଯଦି କୌଣସି ଖେଳାଳିଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳେ ତେବେ ତାଙ୍କ ଜାଗାରେ ଅନ୍ୟ କୌଣସି ଖେଳାଳିଙ୍କୁ ଖେଳା ଯାଇ ପାରିବ। ଏହା ବ୍ୟତୀତ ବଲ୍ ଉପରେ ଛେପର ବ୍ୟବହାର କଲେ ୫ ରନ ପେନାଲଟି ଲାଗିବ।

{"id":283809,"sizeSlug":"large"}

ଅନିଲ କୁମ୍ବଲେଙ୍କ ଅଧ୍ୟକ୍ଷତାରେ ଗଠିତ ଆଇସିସି କ୍ରିକେଟ୍ କମିଟି ନିକଟରେ ଅନେକ ସୁପାରିଶ କରିଥିଲେ। ଯାହାରି ଆଧାରରେ ଆଇସିସିର ମୁଖ୍ୟ କାର୍ଯ୍ୟ ସମିତି(CEC) ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ସିଇସି ସମସ୍ତ ଅନ୍ତରାଷ୍ଟ୍ରୀୟ ଫର୍ମାଟରେ ଅମ୍ପାୟରିଂର ମଧ୍ୟ କିଛି ନିୟମକୁ ମଧ୍ୟ ମଞ୍ଜୁରୀ ଦେଇଛି।

ଏହି ସବୁ ନିୟମ ଇଂଲଣ୍ଡ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଜୁଲାଇ ୮ରୁ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ଲାଗୁ ହେବ। ଏହି ଶୃଙ୍ଖଳା ଦର୍ଶକଙ୍କ ବିନା ଆୟୋଜିତ  ହେବ। ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ମାସ ପରେ ଏହା ପ୍ରଥମ ଅନ୍ତରାଷ୍ଟ୍ରୀୟ ଶୃଙ୍ଖଳା ହେବ।

{"id":283810,"sizeSlug":"large"}

ଦିନିକିଆ ଓ ଟି-୨୦ରେ ଲାଗୁ ହେବ ନାହିଁ

ଆଇସିସିର ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ଟେଷ୍ଟ ମ୍ୟାଚ୍ ସମୟରେ କୌଣସି ଖେଳାଳିଙ୍କଠାରେ କରୋନା ଲକ୍ଷଣ ଦେଖାଗଲେ ତାଙ୍କ ବଦଳରେ ଅନ୍ୟ ଖେଳାଳିଙ୍କୁ ଖେଳିବାର ସୁଯୋଗ ମିଳିବ। କନସକନ ବିକଳ୍ପ ଭାବେ ମ୍ୟାଚ୍ ରେଫରୀ ଏହି ବିକଳ୍ପକୁ ମଞ୍ଜୁରୀ ଦେବେ। ଏହି ନିୟମ ଦିନିକିଆ କି ଟି-୨୦ରେ ଲାଗୁ ହେବ ନାହିଁ।

ଅତିରିକ୍ତ ଡିଆରଏସ, ୩୨ ଇଞ୍ଚର ଲୋଗୋ

ଏବେ ଦଳକୁ ଅତିରିକ୍ତ ଡିଆରଏସ ମଧ୍ୟ ମିଳିବ କାରଣ ଏବେ ଦ୍ଵିପାକ୍ଷିକ ଟେଷ୍ଟ ଶୃଙ୍ଖଳାରେ ସ୍ଥାନୀୟ ଅମ୍ପାୟର ରହିବେ। ଏବେ ପ୍ରତ୍ୟେକ ଦଳ ଟେଷ୍ଟର ପ୍ରତି ଇନିଂସରେ ତିନୋଟି ରିଭ୍ୟୁ ଓ ସୀମିତ ଓଭର କ୍ରିକେଟ୍‌ରେ ମଧ୍ୟ ରିଭ୍ୟୁ ନେଇ ପାରିବେ।

ଏହା ବ୍ୟତୀତ ଖେଳାଳିଙ୍କ ଜର୍ସିରେ ୩୨ ଇଞ୍ଚର ଅତିରିକ୍ତ ଲୋଗୋକୁ ମଧ୍ୟ ଅନୁମତି ଦିଆଯାଇଛି। ଯଦ୍ଵାରା କରୋନା ସଙ୍କଟ କାରଣରୁ ଆର୍ଥିକ କ୍ଷତି ସହୁଥିବା ବୋର୍ଡ ଆୟ କରି ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.