Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଜମ୍ମୁ-କାଶ୍ମୀରରେ ହ୍ରାସ ହେଉଛି ଆତଙ୍କବାଦ, ଉଚିତ ସମୟରେ ମିଳିବ ପୂର୍ଣ୍ଣ ରାଜ୍ୟର ମାନ୍ୟତା

28/07/2021 at 3:39 PM

ନୂଆଦିଲ୍ଲୀ ୨୮।୭: ଜମ୍ମୁ-କାଶ୍ମୀରକୁ କେନ୍ଦ୍ରଶାସିତ ପ୍ରଦେଶ ଘୋଷଣା ପରଠାରୁ ରାଜ୍ୟରେ ଆତଙ୍କବାଦ ଘଟଣା କ୍ରମଶଃ ହ୍ରାସ ହେଉଛି। କେନ୍ଦ୍ର ଗୃହମନ୍ତ୍ରାଳୟ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ୨୦୧୯ ତୁଳନାରେ ରାଜ୍ୟରେ ୨୦୨୦ରେ ଆତଙ୍କବାଦ ୫୯ ପ୍ରତିଶତରୁ ବି ହ୍ରାସ ହୋଇଛି। ସେହି ଅନୁପାତରେ ୨୦୨୧ ଜୁନମାସ ବେଳକୁ ରାଜ୍ୟରେ ଆତଙ୍କବାଦ ଘଟଣା ୩୨ ପ୍ରତିଶତରୁ ତଳକୁ ଖସିଛି। ଏଥିରେ ରାଜ୍ୟରେ ପରିସ୍ଥିତି ସ୍ୱଭାବିକ ହେବା ସହ ଉପଯୁକ୍ତ ସମୟରେ ପୁଣି ପୂର୍ଣ୍ଣ ରାଜ୍ୟର ମାନ୍ୟତା ପାଇବ ବୋଲି ମନ୍ତ୍ରାଳୟ ଗୃହକୁ ସୂଚିତ କରିଛନ୍ତି।

ଗୃହମନ୍ତ୍ରାଳୟଙ୍କ ଅନୁସାରେ ଗତବର୍ଷରୁ ଲଗାତାର ଆତଙ୍କବାଦ ଗତିବିଧି କମିବାରେ ଲାଗିଛି। ମନ୍ତ୍ରାଳୟଙ୍କ ଦାବି ଅନୁସାରେ ବର୍ତ୍ତମାନ ସମୟରେ କାଶ୍ମୀରରେ ସାର୍ବଜନିକ ସଂସ୍ଥା ଯେପରିକି ପରିବହନ, ସ୍ୱାସ୍ଥ୍ୟ, ଶିକ୍ଷା ଓ ସରକାରୀ କାର୍ଯ୍ୟାଳୟ ସବୁ ସ୍ୱଭାବିକ କାମ କରୁଛନ୍ତି। ରାଜ୍ୟରେ ରାଷ୍ଟ୍ରବିରୋଧୀ ତତ୍ୱଙ୍କ ବିରୋଧରେ କଡା ଆଇନ ଲାଗୁ କରାଯିବା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଉଛି। ଯେଉଁମାନେ ଆତଙ୍କବାଦକୁ ସମର୍ଥନ କରୁଛନ୍ତି ସେମାନଙ୍କ ଉପରେ ମଧ୍ୟ କଡ଼ା ନଜର ରଖା ଯାଇଛି। ରାଜ୍ୟରେ କାଉଣ୍ଟର ଏମାର୍ଜେନ୍ସୀ ଗ୍ରିଡ ମଧ୍ୟ ଉପଯୁକ୍ତ କାର୍ଯ୍ୟ କରୁଛି।

ଏଠାରେ ଆତଙ୍କବାଦର ମୁକାବିଲା ଲାଗି ଜିରୋ ଟୋଲେରାନ୍ସ ନୀତିରେ କାର୍ଯ୍ୟ କରାଯାଉଛି। ରାଷ୍ଟ୍ର ସ୍ୱାର୍ଥ ଦୃଷ୍ଟିରୁ ଜମ୍ମୁ-କାଶ୍ମୀରରେ କିଛି ସମୟ ଲାଗି ଇଣ୍ଟରନେଟ୍‌ ବ୍ୟହତ ରହିଥିଲା। ତେବେ ପର୍ଯ୍ୟାୟକ୍ରମେ ରାଜ୍ୟରେ ଇଣ୍ଟରନେଟ୍‌ ପୁଣି ସ୍ୱଭାବିକ ହୋଇଛି। ୫ ଫେବୃଆରୀ ୨୦୨୧ରୁ ରାଜ୍ୟରେ ଫୋରଜି ଇଣ୍ଟରନେଟ୍‌ ସେବା ସମ୍ପୂର୍ଣ୍ଣ ଉପଲବ୍ଧ ହେଉଛି। ରାଜ୍ୟରେ ପରିସ୍ଥିତି ସ୍ୱଭାବିକ ହେବା ମାତ୍ରେ ପୂର୍ଣ୍ଣ ରାଜ୍ୟର ମାନ୍ୟତା ପ୍ରଦାନ କରାଯିବ ବୋଲି ମନ୍ତ୍ରାଳୟ ଗୃହକୁ ଆଶ୍ୱସ୍ଥ କରିଛନ୍ତି।

   Related Posts