କ୍ଵାରେଣ୍ଟାଇନ୍ ସରିବା ପରେ ରାହୁଲଙ୍କ ତତ୍ତ୍ଵାବଧାନରେ ଅଭ୍ୟାସ୍ ଆରମ୍ଭ କଲେ ଶିଖର ବାହିନୀ, ଦେଖନ୍ତୁ ଫଟୋ

Published By : Prameya-News7 Bureau | July 02, 2021 IST

କଲୋମ୍ବୋ ୦୨।୦୭: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଜୁଲାଇ ୧୩ରୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବ। ଏହା ପରେ ଦୁଇ ଦଳ ମଧ୍ୟରେ ଟି-୨୦ ଅନ୍ତରାଷ୍ଟ୍ରୀୟ ଶୃଙ୍ଖଳା ଖେଳାଯିବ। ଶ୍ରୀଲଙ୍କା ପହଞ୍ଚିବା ପରେ ବାଧ୍ୟତାମୂଳକ କ୍ଵାରେଣ୍ଟାଇନ୍ ଅବଧି ଶେଷ ହେବା ପରେ ଭାରତୀୟ ଦଳ ଶୁକ୍ରବାର କଲୋମ୍ବୋରେ ଅଭ୍ୟାସ୍ ଆରମ୍ଭ କରିଛନ୍ତି। ଦଳ ସହିତ ମୁଖ୍ୟ ପ୍ରଶିକ୍ଷଣ ଭାବେ ଶ୍ରୀଲଙ୍କା ଗସ୍ତ କରିଛନ୍ତି ରାହୁଲ ଦ୍ରାବିଡ। ଶିଖର ଧାଓ୍ଵନଙ୍କ ଉପରେ ରହିଛି ଅଧିନାୟକ ଦାୟିତ୍ଵ। ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ ବୁମରା, ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସାମିଙ୍କ ପରି ବରିଷ୍ଠ ଖେଳାଳି ସଂପ୍ରତି ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡରେ ଅଛନ୍ତି।

{"id":474689,"sizeSlug":"large","linkDestination":"none"}

ଭାରତର ଟେଷ୍ଟ ଦଳ ବ୍ରିଟେନରେ ଥିବା କାରଣରୁ ଏହି ଗସ୍ତ ପାଇଁ ଦ୍ଵିତୀୟ ଧାଡିର ଖେଳାଳିଙ୍କ ଚୟନ କରାଯାଇଛି। ଭାରତୀୟ ଦଳ ସୋମବାର ଏଠାରେ ପହଞ୍ଚିଥିଲେ। ଏହା ପରେ ଖେଳାଳିଙ୍କୁ ହୋଟେଲ୍‌ରେ ତିନି ଦିନ ସଙ୍ଗରୋଧରେ ରହିବାକୁ ପଡିଥିଲା। ଅକ୍ଟୋବର-ନଭେମ୍ବରରେ ହେବାକୁ  ଥିବା ବିଶ୍ଵ କପ୍ ପୂର୍ବରୁ ଏହା ଭାରତର ଶେଷ ଟି-୨୦ ସିରିଜ୍।

{"id":474690,"sizeSlug":"large","linkDestination":"none"}

ଦଳରେ ଚେତନ ସକାରିଆ, କୃଷ୍ଣାପା ଗୌତମ, ନୀତିଣ ରାଣା, ଦେବଦତ୍ତ ପାଡିକଲ, ବରୁଣ ଚକ୍ରବର୍ତ୍ତୀ ଓ ଋତୁରାଜ ଗାଏକଓ୍ଵାଡଙ୍କ ଭାବେ ଛଅ ଜଣ ଏମିତି ଖେଳାଳି  ଅଛନ୍ତି, ଯେଉଁମାନେ ଏ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପାଦ ଥାପି ନାହାନ୍ତି। ପୃଥ୍ଵୀ ସ, ଇଶାନ କିଶନ, ସଞ୍ଜୁ ସାମସନ ଓ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏହି ସିରିଜ୍ ଗୁରୁତ୍ଵପୂର୍ଣ୍ଣ କାରଣ ଏଥିରେ ଭଲ ପ୍ରଦର୍ଶନ କରି ବିଶ୍ଵ କପ୍ ଦଳରେ ସ୍ଥାନ ପାଇବାକୁ ଖେଳାଳି  ଚେଷ୍ଟା କରିବେ।

{"id":474691,"sizeSlug":"large","linkDestination":"none"}

ଭାରତୀୟ ଦଳ: ଶିଖର ଧାୱନ (ଅଧିନାୟକ), ପୃଥ୍ଵୀ ସ, ଦେବଦତ୍ତ ପାଡିକଲ, ଋତୁରାଜ ଗାଏକକୱାଡ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତୀଶ ରାଣା, ଇଶାନ କିଶନ (ଓ୍ଵିକେଟ୍ କିପର), ସଞ୍ଜୁ ସାମସନ (ଓ୍ଵିକେଟ୍ କିପର), ୟୁଜବେନ୍ଦ୍ର ଚହଲ, ରାହୁଲ ଚାହଲ, କ୍ରୁନାଲ ପାଣ୍ଡ୍ୟା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଭୁବନେଶ୍ୱର କୁମାର (ଉପ-ଅଧିନାୟକ), ଦୀପକ ଚହର, ନବଦୀପ ସାଇନି, ଚେତନ ସାକାରିଆ।

ନେଟ୍ ବୋଲର୍ସ: ଇଶାନ୍ ପୋରେଲ୍, ସନ୍ଦୀପ ୱାରିଅର୍, ଅର୍ଶଦୀପ ସିଂ, ସାଇ କିଶୋର, ସିମରଜିତ୍ ସିଂ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.