ସବିନା ଗଣ ଦୁଷ୍କର୍ମ ମାମଲା,ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଥାନାରେ ରୁଜୁ ହେଲା ମୋକଦ୍ଦମା

Published By : Prameya-News7 Bureau | October 14, 2019 IST

ଅଲୱର:  ରାଜସ୍ଥାନ ଅଲୱରରେ ପୁଣି ନିନ୍ଦିତ ହୋଇଛି ସମ୍ପର୍କ। ମାଉସୀଙ୍କ ଫୋନ କଲ ପାଇ ଭଉଣୀକୁ ସାହାଜ୍ୟ କରିବାକୁ ଯାଇଥିବା ନିରିହା ଯୁବତୀ ପ୍ରତି ମାଉସୀ ଝିଅ ଭିଣୋଇ ଓ ତାର ସାଥୀମାନେ ଦୁଷ୍କର୍ମ କରିଛନ୍ତି। ଏ ନେଇ ଗାଜି ଥାନାରେ ପୀଡିତା ଲିଖିତ ଅଭିଯୋଗ କରିବାକୁ ଯାଇଥିବା ବେଳେ ଥାନା ଆଇଆଇସି ଏତଲା ରଖିବାକୁ ମନା କରିଦେବାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ମାମଲାର ପ୍ରାଇମଫେସି ମୋକଦ୍ଦମା ରୁଜୁ  କରିବା ଲାଗି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ପୀଡିତା ପରିବାର ଲୋକଙ୍କ ସହ ଏସପି କୈଳାଶ ଚନ୍ଦ୍ର ବିଷ୍ନୌଇଙ୍କୁ ଭେଟି ତାଙ୍କ ଏତଲା ପ୍ରଦାନ କରିଥିବା ବେଳେ ମାମଲାର ତଦନ୍ତ ଦାୟିତ୍ୱ ଡିଏସପି ରାଜୀବନ ଯୋଶୀଙ୍କୁ ନ୍ୟସ୍ତ କରାଯାଇଛି। ପୀଡିତା ତାଙ୍କ ସମ୍ପର୍କିୟ ଭିଣୋଇଙ୍କ ଦ୍ୱାରା ବାରମ୍ବାର ଗଣ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି। ସବିନା ନିବାସୀ ପୀଡିତା ଲିଖିତ ଅଭିଯୋଗରେ ଗତବର୍ଷ  ତାଙ୍କ ମାଉସୀ ତାଙ୍କୁ ଫୋନ କରିଥିଲେ। ଝିଅର ପିଲାପିଲି ହେବାକୁ ଥିବାରୁ ତା ଶାଶୁ ଘରେ ରହି କାମଦାମରେ ସାହାଜ୍ୟ କରିବାକୁ କହିଥିଲେ। ସେହି ଅନୁସାରେ ମାଉସୀ ଝିଅ ଭଉଣୀଙ୍କ ଭିଣୋଇ ଆସି ତାଙ୍କୁ ଅହମ୍ମଦାବାଦ ନେଇଯାଇଥିଲେ।

ସେଠାରେ ସେ ତାଙ୍କୁ ଥଣ୍ଡା ପିଇବାକୁ ଦେଇଥିବା ବେଳେ ପୀଡିତା ବେହୋସ ହୋଇଯାଇଥିଲେ। ଅଚେତ ଥିବା ବେଳେ ତାଙ୍କ ସମ୍ପର୍କିୟ ଭିଣୋଇ ତାଙ୍କ ପ୍ରତି ଦୁଷ୍କର୍ମ କରିଥିବା ବେଳେ ସାଙ୍ଗମାନଙ୍କ ସହ ମିସି ଭିଡିଓ ରେକର୍ଡିଂ କରିଥିଲେ। ପରେ ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ବାରମ୍ବାର ଗଣ ଦୁଷ୍କର୍ମ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.