Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ||
  • ‘କୁଲଦୀପ ଯାଦବଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଓ୍ବେଷ୍ଟଇଣ୍ଡିଜ ସିରିଜ୍, ଟିମ୍‌ ଇଣ୍ଡିଆକୁ ଭରସା ରଖିବାକୁ ହେବ’: ହରଭଜନ ସିଂହ
  • ||
  • ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୧,୧୫୭ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୫୩ଜଣ ଡିସଚାର୍ଜ
  • ||
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
  • ||
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||

ଦକ୍ଷିଣ କୋରିଆ କମ୍ପାନୀ ଯୋଗାଇ ଦେବ ରାପିଡ୍ ଟେଷ୍ଟିଂ କିଟ୍, ଚୀନ ତୂଳନାରେ ୫୦ % ଶସ୍ତା

25/04/2020 at 5:30 PM

ନୂଆଦିଲ୍ଲୀ ୨୫।୦୪: ଚୀନର ରାପିଡ୍ ଟେଷ୍ଟିଂ କିଟ୍ ନିମ୍ନମାନର ବାହାରିବା ପରେ ଏବେ ଦେଶର ଅନେକ ରାଜ୍ୟକୁ ଏହି କିଟ୍‌ ଯୋଗାଇ ଦେବାକୁ ଆଗକୁ ଆସିଛି ଦକ୍ଷିଣ କୋରିଆ କମ୍ପାନୀ। ହରିୟାଣାର ସ୍ଵାସ୍ଥ୍ୟ ମନ୍ତ୍ରୀ ଅନିଲ୍ ବିଜଙ୍କ ଦ୍ଵାରା ଚୀନର କମ୍ପାନୀ ସହ କରାଯାଇଥିବା ଚୁକ୍ତି ରଦ୍ଦ ହେବା ପରେ ମାନେସର ସ୍ଥିତ ଦକ୍ଷିଣ କୋରିଆ କମ୍ପାନୀ ଏଚଏଲଏଲ ପୂରା ରାଜ୍ୟରେ ରାପିଡ୍ ଟେଷ୍ଟିଂ କିଟ୍‌ ଯୋଗାଇ ଦେବ। ପ୍ରବନ୍ଧନଙ୍କ ଅନଯାୟୀ କମ୍ପାନୀ ପାଖରେ ପର୍ଯ୍ୟାପ୍ତ କର୍ମଚାରୀ ଅଛନ୍ତି ଏବଂ ହରିୟାଣା ସରକାରଙ୍କ ପକ୍ଷରୁ ଯେତିକି ବି ଅର୍ଡର ଆସିବ କମ୍ପାନୀ ସେହି ପରିମାଣରେ ଟେଷ୍ଟିଂ କିଟ୍‌ ଉପଲବ୍ଧ କରାଇବାକୁ ସକ୍ଷମ।

ଖାସ୍ କଥା ଏହା ଯେ, ଏଥିପାଇଁ ସରକାରଙ୍କୁ ପ୍ରତି କିଟ୍ ପିଛା କମ୍ପାନୀକୁ ମାତ୍ର ୩୮୦ ଟଙ୍କା ଦେବାକୁ ପଡିବ। ଏଥିରେ ସରକାରଙ୍କୁ ୪୦୦ ଟଙ୍କା ଫାଇଦା ହେବ। ଏହା ପୂର୍ବରୁ ସରକାରଙ୍କୁ କିଟ୍ ପିଛା ଚୀନକୁ ୭୮୦ ଟଙ୍କା ଦେବାକୁ ପଡୁଥିଲା।

ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମଆର) ପକ୍ଷରୁ ରାପିଡ୍ ଟେଷ୍ଟିଂ କିଟ୍‌ ଜରିଆରେ କୋଭିଡ୍-୧୯ର ଯାଞ୍ଚ ଅନୁମତି ଦେବା ପରଠୁ ମାନେସର ସ୍ଥିତ ଏଚଏଲଏଲ କମ୍ପାନୀ କିଟ୍‌ର ଉତ୍ପାଦନ ଆରମ୍ଭ ହୋଇ ସାରିଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର କମ୍ପାନୀଠୁ ୨୫ ହଜାର ରାପିଡ୍ ଟେଷ୍ଟିଂ କିଟ୍ କିଣିଛନ୍ତି।

ଛତିଶଗଡ ସରକାର ମଧ୍ୟ କିଣିଛନ୍ତି ଏହି କିଟ୍

ଅନ୍ୟପଟେ ଛତିଶଗଡ ସରକାର ମଧ୍ୟ ୨୫ ହଜାର ଟେଷ୍ଟିଂ କିଟ୍‌ ଦକ୍ଷିଣ କୋରିଆ କମ୍ପାନୀରୁ କିଣିଛନ୍ତି। କମ୍ପାନୀ ସୂତ୍ର ଅନୁଯାୟୀ କୋରିଆରୁ ମଧ୍ୟ କୋଭିଡ୍-୧୯  ଯାଞ୍ଚ ପାଇଁ କମ୍ପାନୀ କିଟ୍ ମଗାଇଛି। ସଂପ୍ରତି କମ୍ପାନୀରେ ଗୋଟିଏ ଦିନରେ ୩ ରୁ ୪ ଲକ୍ଷ କିଟ୍‌ ଉତ୍ପାଦନ ହେଉଥିବା କମ୍ପାନୀର ଅଧିକାରୀ କହିଛନ୍ତି। କେନ୍ଦ୍ର ସରକାର ସହିତ ଅନ୍ୟ ରାଜ୍ୟ ସରକାର ମଧ୍ୟ କମ୍ପାନୀକୁ ଏହି କିଟ୍ ଯୋଗାଇ ଦେବାକୁ କହିଛନ୍ତି।?

ଏଥିପାଇଁ ରଦ୍ଦ ହେଲା ଚୀନ ଅର୍ଡର

ରାଜ୍ୟ ସରକାର ଚୀନକୁ ଏକ ଲକ୍ଷ ରାପିଡ୍ ଟେଷ୍ଟିଂ କିଟ୍ ଅର୍ଡର ଦେଇଥିଲେ। ହେଲେ ଚୀନରୁ ଆମଦାନୀ ଏହି କିଟ୍‌ ନିମ୍ନ ମାନର ହୋଇଥିବା ଯାଞ୍ଚ ରିପୋର୍ଟରେ ଭିନ୍ନତା ରହୁଥିବା ଅଭିଯୋଗ ହୋଇଥିଲା। ଏହା ପରେ ଏହାର ଗୁଣବତ୍ତା ନେଇ ଅନେକ ରାଜ୍ୟରୁ ଅଭିଯୋଗ ଆସିଥିଲା। ଏହି କାରଣରୁ ଚୀନରୁ କିଟ୍‌ ମଗାଇବା ଅର୍ଡରକୁ ରଦ୍ଦ କରାଯାଇଛି। ଏହା ସହିତ ଖରାପ କିଟ୍ ଚୀନକୁ ଫେରାଇ ଦିଆଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି।

   Related Posts